ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ୮୬ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ୨ ଗିରଫ

ଝାରସୁଗୁଡ଼ା: ଝାରସୁଗୁଡ଼ା ସହରର ବେହେରାମାଲ ସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରୁ ୮୬ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ପୋଲିସ୍ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ଜବତ କରାଯାଇଛି। ଗତକାଲି ରାତିରେ ଝାରସୁଗୁଡ଼ା ପୋଲିସ୍ ରାଉରକେଲାରୁ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗତ ମେ’ ମାସ ୫ ତାରିଖରେ ଦିନ ପ୍ରାୟ ଦୁଇଟା ବେଳେ ଏହି ବ୍ୟାଙ୍କରେ ସଶସ୍ତ୍ର ଡକାୟତି ହୋଇଥିଲା। ୧୦ରୁ ୧୨ ଜଣ ଯୁବକ ବ୍ୟାଙ୍କ […]

boi

boi

Rakesh Mallick
  • Published: Thursday, 17 November 2016
  • Updated: 17 November 2016, 11:46 AM IST

Sports

Latest News

ଝାରସୁଗୁଡ଼ା: ଝାରସୁଗୁଡ଼ା ସହରର ବେହେରାମାଲ ସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରୁ ୮୬ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ପୋଲିସ୍ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ଜବତ କରାଯାଇଛି। ଗତକାଲି ରାତିରେ ଝାରସୁଗୁଡ଼ା ପୋଲିସ୍ ରାଉରକେଲାରୁ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଗତ ମେ’ ମାସ ୫ ତାରିଖରେ ଦିନ ପ୍ରାୟ ଦୁଇଟା ବେଳେ ଏହି ବ୍ୟାଙ୍କରେ ସଶସ୍ତ୍ର ଡକାୟତି ହୋଇଥିଲା। ୧୦ରୁ ୧୨ ଜଣ ଯୁବକ ବ୍ୟାଙ୍କ ଭିତରକୁ ପଶିବା ସହ ବନ୍ଧୁକ ଓ ଛୁରୀ ଦେଖାଇ ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକମାନଙ୍କୁ ଭୟଭୀତ କରିଥିଲେ ଏବଂ ଟଙ୍କା ଲୁଟି ନେଇଥିଲେ। ସେମାନେ ସମସ୍ତ ମୋବାଇଲ୍ ବି ନେଇ ଯାଇଥିଲେ।

ଘଟଣା ସଂପର୍କରେ ଅଧିକ ତଦନ୍ତ ଚାଲିଛି ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos