ଶିବଗୁରୁ ଦୀକ୍ଷା ବେଳେ ଯୁବତୀଙ୍କୁ ହତ୍ୟା ଘଟଣାରେ ୧୦ ଗିରଫ

ଲଖନପୁର: ଶିବଗୁରୁ ଦୀକ୍ଷା ନାଁରେ ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ବିଜାପାଲି ଗାଁରେ ଯୁକ୍ତଦୁଇ ପଢ଼ୁଥିବା ସଞ୍ଜୁକ୍ତା ଜୟପୁରିଆଙ୍କୁ ତାଙ୍କର ସମ୍ପର୍କୀୟ ଦୁଇ ଭଉଣୀ ହତ୍ୟା କରିବା ଘଟଣାରେ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି। ଗତକାଲି ଅଭିଯୁକ୍ତ ସୌଦାମିନୀ ଓ ସନ୍ତୋଷନୀଙ୍କୁ ପୋଲିସ୍‌ ଗିରଫ କରିଥିଲା।  ଆଜି ମୃତ ଯୁବତୀଙ୍କ ବାପା, ମା’, ବଡ଼ ଭଉଣୀ ଓ ଅଭିଯୁକ୍ତ ଦ୍ୱୟଙ୍କ ବାପା ଏବଂ ମା’ଙ୍କୁ ଗିରଫ କରିଛି। ହତ୍ୟା ପାଇଁ ପ୍ରୋତ୍ସାହନ ଦେବା ଅଭିଯୋଗରେ ପୋଲିସ ଏମାନଙ୍କୁ […]

deadbody

deadbody

Rakesh Mallick
  • Published: Sunday, 05 March 2017
  • Updated: 05 March 2017, 07:40 PM IST

Sports

Latest News

ଲଖନପୁର: ଶିବଗୁରୁ ଦୀକ୍ଷା ନାଁରେ ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ବିଜାପାଲି ଗାଁରେ ଯୁକ୍ତଦୁଇ ପଢ଼ୁଥିବା ସଞ୍ଜୁକ୍ତା ଜୟପୁରିଆଙ୍କୁ ତାଙ୍କର ସମ୍ପର୍କୀୟ ଦୁଇ ଭଉଣୀ ହତ୍ୟା କରିବା ଘଟଣାରେ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି। ଗତକାଲି ଅଭିଯୁକ୍ତ ସୌଦାମିନୀ ଓ ସନ୍ତୋଷନୀଙ୍କୁ ପୋଲିସ୍‌ ଗିରଫ କରିଥିଲା।  ଆଜି ମୃତ ଯୁବତୀଙ୍କ ବାପା, ମା’, ବଡ଼ ଭଉଣୀ ଓ ଅଭିଯୁକ୍ତ ଦ୍ୱୟଙ୍କ ବାପା ଏବଂ ମା’ଙ୍କୁ ଗିରଫ କରିଛି। ହତ୍ୟା ପାଇଁ ପ୍ରୋତ୍ସାହନ ଦେବା ଅଭିଯୋଗରେ ପୋଲିସ ଏମାନଙ୍କୁ ଗିରଫ କରିଛି। ଏହାଛଡ଼ା ଶିବଗୁରୁ ଦୀକ୍ଷା ପ୍ରଚାର କରୁଥିବା ଅଭିଯୋଗରେ ସୁଚିତ୍ରା ଧୁରୁଆଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।

ଗତ ଦୁଇ ତାରିଖ ରାତିରେ ବିଜାପାଲି ଗାଁର ଏକ ଘରେ ଶିବଗୁରୁ ଦୀକ୍ଷା ପୂଜା ଚାଲିଥିଲା। ଯୁକ୍ତଦୁଇ ପଢ଼ୁଥିବା ସଞ୍ଜୁକ୍ତାଙ୍କୁ ତାଙ୍କ ଦୁଇ ସମ୍ପର୍କୀୟ ଭଉଣୀ ସୌଦାମିନୀ ଓ ସନ୍ତୋଷନୀ ପୂଜା ପାଖକୁ ଡାକି ନେଇଥିଲେ। ସଞ୍ଜୁକ୍ତାଙ୍କ ସହ ତାଙ୍କ ବାପା, ପରିବାର ଲୋକେ ଓ ସମ୍ପର୍କୀୟମାନେ ଯାଇଥିଲେ। ପୂଜା ଆରମ୍ଭ ହେଲା ପରେ ସୌଦାମିନୀ ଓ ସନ୍ତୋଷନୀ ତାଣ୍ଡବ ନୃତ୍ୟ ଆରମ୍ଭ କରିଥିଲେ। ଉଭୟଙ୍କ ଭୟଙ୍କର ରୂପ ଦେଖି ଉପସ୍ଥିତ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଏପରିକି ସ୍ଥାନ ଛାଡ଼ି ପଳାଇ ଯାଇଥିଲେ। ଦୁଇ ଭଉଣୀ ପ୍ରଥମେ ସଞ୍ଜୁକ୍ତାଙ୍କୁ ଉଲଗ୍ନ କରି ତାଙ୍କ ଚୁଟି କାଟି ଦେଇଥିଲେ। ଘର ଲୋକେ ପ୍ରତିବାଦ କଲେ ମଧ୍ୟ ସେମାନେ ଶୁଣି ନ ଥିଲେ। ତା’ପରେ ଆରମ୍ଭ କଲେ ଶିବ ତାଣ୍ଡବ। ସଞ୍ଜୁକ୍ତାଙ୍କ ଉପରେ ଚଢ଼ି ତାଙ୍କୁ ତ୍ରିଶୂଳରେ ଆକ୍ରମଣ କରିଥିଲେ। ପରେ ପଥରରେ ଛେଚି ହତ୍ୟା କରିଥିଲେ।

ମୃତ ସଞ୍ଜୁକ୍ତାଙ୍କ ବାପା ଓ ଅନ୍ୟ ପରିବାର ଲୋକେ ଉପସ୍ଥିତି ଥିଲେ ମଧ୍ୟ ଦୁଇ ଭଉଣୀ ଶିବ ଓ ବ୍ରହ୍ମା କହୁଥିବାରୁ କେହି ସେମାନଙ୍କୁ ଅଟକାଇବାକୁ ସାହାସ ଜୁଟାଇପାରି ନ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos