ଯୁବତୀଙ୍କୁ ଅସଦାଚରଣ ମାମଲା: ସାରଥିଙ୍କ ଜାମିନ ଆବେଦନ ଖାରଜ

କଟକ: କେନ୍ଦ୍ରାପଡ଼ାର ଜନୈକ ଯୁବତୀଙ୍କୁ ଅସଦ ବ୍ୟବହାର ଅଭିଯୋଗ ମାମଲାରେ ସାରଥି ଓରଫ ସନ୍ତୋଷ ରାଉଳଙ୍କ ଜାମିନ ଆବେଦନ ଆଜି ଖାରଜ ହୋଇଯାଇଛି। କେନ୍ଦ୍ରାପଡ଼ା ଏସଡିଜିଏମ କୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। ସାରଥିଙ୍କୁ କଡା ସୁରକ୍ଷା ଭିତରେ ଚୌଦ୍ୱାର ଜେଲରୁ ଅଣାଯାଇ କେନ୍ଦ୍ରାପଡା ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା।