ପଟ୍ଟାମୁଣ୍ଡାଇ: ଦାଦାବଟି ପାଇଁ ବୋମା ମାଡ ଘଟଣାରେ କେନ୍ଦ୍ରାପଡା ପୋଲିସ ଆଜି ୫ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମାହାଙ୍ଗା ଥାନାର ସେକ୍ ବସିର୍ ଅଲ୍ଲୀ, ସେକ ସନ୍ନି, ବାଲିଚନ୍ଦ୍ରପୁର ଥାନା ଅଞ୍ଚଳର ସେକ ଜୁମ୍ମା, ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ମହମ୍ମଦ ଫିରଦୋଷ ଓରଫ ସେକ ପପୁ ଓ କେନ୍ଦ୍ରାପଡା ଥାନା ଅଞ୍ଚଳର ସେକ ସାଜିଦ ଓରଫ ଗେଡୁ ମାମା।
ଗତମାସ ୨୪ ତାରିଖ ରାତି ୯ଟା ବେଳେ ପଟ୍ଟାମୁଣ୍ଡାଇ ଡାକବଙ୍ଗଳା ଛକ ନିକଟସ୍ଥ ଏକ ଲୁଗା ଦୋକାନ ଉପରେ ଦୁଇ ଜଣ ଯୁବକ ନାଲି ପଲସରରେ ଆସି ୨ଟି ବୋମା ଫିଙ୍ଗି ପଳାଇ ଯାଇଥିଲେ। ଏନେଇ ଅଭିଯୋଗ ହେବା ପରେ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଦୁଇଟି ବାଇକ୍ ଓ ୫ଟି ମୋବାଇଲ ଜବତ କରିଥିଲା।
ଏମାନଙ୍କ ବିରୁଦ୍ଧରେ ୨୦୧୬ ମସିହାରେ ପଟ୍ଟାମୁଣ୍ଡାଇରେ ୪ଟି ସ୍ଥାନରେ ହୋଇଥିବା ବୋମା ମାଡ଼ ଘଟଣା, ଆଳି ଥାନା ପତ୍ରପୁର ଓ ମାହାଙ୍ଗା ଥାନା ଅଞ୍ଚଳରେ ଦାଦାବଟି ପାଇଁ ଧମକ ଦେବା ଅଭିଯୋଗ ରହିଛି ବୋଲି କେନ୍ଦ୍ରାପଡା ଏସ୍ପି ଦୟାନିଧି ଗୋଚ୍ଛାୟତ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପ୍ରସୂତିଙ୍କ ଚିକିତ୍ସା ଅଧାରୁ ଛାଡ଼ି ପଳାଇଥିଲେ ଡାକ୍ତର; ୧୧ କୋଟି ଜୋରିମାନା କଲେ କୋର୍ଟ
ପ୍ରସବ ପରେ ଅତ୍ୟଧିକ ରକ୍ତସ୍ରାବ ହୋଇ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଚିକିତ୍ସା ଅଧାରୁ ପାଣି ପିଇବାକୁ କହି କେଉଁଆଡ଼େ ପଳାଇଥିଲେ ଦୁଇ ଡାକ୍ତର।
Crime
ସରକାରୀ ଚାକିରି ବେପାର କରୁଥିଲେ 420 ଦମ୍ପତି
ରାଉରକେଲା ଟିମ୍ବର କୋଲୋନୀର ଲକ୍ଷ୍ମୀ ତନ୍ତି ଓ ତାଙ୍କ ସ୍ଵାମୀ ସଂଗ୍ରାମ ସାହୁ ପାଠଶାଠ କମ୍ ପଢ଼ିଛନ୍ତି। ତଥାପି ସରକାରୀ ଚାକିରି ବାଣ୍ଟୁଥିଲେ। ମାସର ଥରେ ବେକରେ ଆଇକାର୍ଡ ପକାଇ ରାଉରକେଲା କୋର୍ଟକୁ ଯାଉଥିଲେ।
Crime
ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ, ଭିଡିଓ ଭାଇରାଲ ପରେ ମାମଲା ରୁଜୁ
ଆଗରୁ ଟ୍ରାଫିକ ନିୟମ ଭାଙ୍ଗି ୧୦ ଥର ଜୋରିମାନା ଦେଇଥିଲେ। ଏବେ ପୁଣି ବାନ୍ଧବୀଙ୍କୁ ଧରି ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ।
Crime
ଅଭିନବ ଠକେଇ: ସନ୍ତାନହୀନ ମହିଳାଙ୍କୁ ଗର୍ଭବତୀ କଲେ ୫ ଲକ୍ଷ ମିଳିବ କହି ଲୋକଙ୍କ କରୁଥିଲେ ଚଳୁ
ଦେଶର ଏକାଧିକ ରାଜ୍ୟରେ ଚାଲୁଥିଲା ଏହି ରାକେଟ୍। ଏମାନଙ୍କ ଜାଲରେ ଯିଏ ଫସିଲା, ତାକୁ ବିଭିନ୍ନ ପର୍ଯ୍ୟାୟରେ ରେଜିଷ୍ଟ୍ରେସନ ପାଇଁ ୫୦୦ରୁ ୨୦ହଜାର ଟଙ୍କା ଆଦାୟ କରାଯାଉଥିଲା।
Crime
ବାଇକ୍ରେ ଆସିଲେ, ସୁନା ଚେନ୍ ଝାମ୍ପି ନେଲେ
ବାଇକ୍ରେ ଆସିଲେ। ଆଖି ପିଛୁଳାକେ ସ୍ପଷ୍ଟ ଦିବାଲୋକରେ ଥାନା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ।