କେନ୍ଦୁଝର: ଭିଏଲ୍‌ଡବ୍ଲ୍ୟୁ ସୌଭାଗ୍ୟ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କେନ୍ଦୁଝର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବଳଭଦ୍ରପୁର ଗ୍ରାମ ପଞ୍ଚାୟତର ଭିଏଲ୍‌ଡବ୍ଲ୍ୟୁ ସୌଭାଗ୍ୟ ରାଉତଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶକ୍ରମେ ସୌଭାଗ୍ୟଙ୍କ କେନ୍ଦୁଝରସ୍ଥିତ ବାସଭବନ,ତେଲକୋଇ ଓ କରଦାଙ୍ଗରେ ଥିବା ପୈତୃକ ଘର ଉପରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ କରିଛି। ସୌଭାଗ୍ୟଙ୍କୁ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଏନେଇ କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ପକ୍ଷରୁ ତଲାସି ୱାରେଣ୍ଟ ଜାରି […]

vigilance

Rakesh Mallick
  • Published: Saturday, 22 October 2016
  • , Updated: 22 October 2016, 01:56 PM IST

କେନ୍ଦୁଝର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବଳଭଦ୍ରପୁର ଗ୍ରାମ ପଞ୍ଚାୟତର ଭିଏଲ୍‌ଡବ୍ଲ୍ୟୁ ସୌଭାଗ୍ୟ ରାଉତଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶକ୍ରମେ ସୌଭାଗ୍ୟଙ୍କ କେନ୍ଦୁଝରସ୍ଥିତ ବାସଭବନ,ତେଲକୋଇ ଓ କରଦାଙ୍ଗରେ ଥିବା ପୈତୃକ ଘର ଉପରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ କରିଛି।

ସୌଭାଗ୍ୟଙ୍କୁ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଏନେଇ କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ପକ୍ଷରୁ ତଲାସି ୱାରେଣ୍ଟ ଜାରି କରାଯାଇଥିଲା।

ସୂଚନାଯୋଗ୍ୟ, ଗତକାଲି  ଜିଲ୍ଲାର ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଗ୍ରାମ ପଞ୍ଚାୟତର ନିଲମ୍ବିତ ଭିଏଲ୍‌ଡବ୍ଲ୍ୟୁ ରାମଚନ୍ଦ୍ର ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।

Related story