ଖୋର୍ଦ୍ଧା: ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କରୁ ଲୁଟ୍‌

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଚଣ୍ଡେଶ୍ୱର ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କରୁ ୫ରୁ ୬ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ପୋଲିସ୍‌ ବ୍ୟାଙ୍କରେ ପହଞ୍ଚି ତଦନ୍ତ ଚଳାଇଥିଲେ ସୁଦ୍ଧା ଲୁଟେରାଙ୍କ ପତ୍ତା ପାଇନି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ, ଆଜି ଅପରାହ୍ନରେ ଦୁଇଟି ବାଇକ୍‌ରେ ୬ ଜଣ ଦୁର୍ବୃତ୍ତ ଆସିଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ହେଲ୍‌ମେଟ୍‌ ପିନ୍ଧି ବାଇକ୍‌ ଉପରେ ବସିଥିବା ବେଳେ ୪ ଜଣ ମୁଖା ପିନ୍ଧି ବ୍ୟାଙ୍କ ଭିତରକୁ ଯାଇ ଫାଙ୍କା ଗୁଳି ଚାଳନା […]

khurda-indian-overseas-bank-loot

Rakesh Mallick
  • Published: Thursday, 20 October 2016
  • , Updated: 20 October 2016, 07:05 PM IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଚଣ୍ଡେଶ୍ୱର ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କରୁ ୫ରୁ ୬ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ପୋଲିସ୍‌ ବ୍ୟାଙ୍କରେ ପହଞ୍ଚି ତଦନ୍ତ ଚଳାଇଥିଲେ ସୁଦ୍ଧା ଲୁଟେରାଙ୍କ ପତ୍ତା ପାଇନି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ, ଆଜି ଅପରାହ୍ନରେ ଦୁଇଟି ବାଇକ୍‌ରେ ୬ ଜଣ ଦୁର୍ବୃତ୍ତ ଆସିଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ହେଲ୍‌ମେଟ୍‌ ପିନ୍ଧି ବାଇକ୍‌ ଉପରେ ବସିଥିବା ବେଳେ ୪ ଜଣ ମୁଖା ପିନ୍ଧି ବ୍ୟାଙ୍କ ଭିତରକୁ ଯାଇ ଫାଙ୍କା ଗୁଳି ଚାଳନା କରିଥିଲେ। ପରେ ମ୍ୟାନେଜର ଓ ଅନ୍ୟ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଓ ଭୁଜାଲି ଦେଖାଇ ଟଙ୍କା ଲୁଟିଥିଲେ। ସେମାନେ ଓଡ଼ିଆ ଭାଷାରେ କଥା ହେଉଥିଲେ। ଲୁଟ୍‌ ସମୟରେ ବ୍ୟାଙ୍କରେ ସୁରକ୍ଷା କର୍ମୀ ନଥିବା ଅଭିଯୋଗ ହୋଇଛି।

Related story