କଟକ: କଟକ ବ୍ରାହ୍ମଣଝରିଲୋ ମଦ ବ୍ୟବସାୟୀ ତଥା ଠିକାଦାର ବିନୋଦ ଦାସ ହତ୍ୟା ଘଟଣାରେ ୩ ଜଣଙ୍କୁ କମିଶନରେଟ୍ ପୋଲିସ ଅଟକ ରଖିଛି। ସେମାନଙ୍କ ଠାରୁ ଗୁଳି, ବନ୍ଧୁକ ଓ ମୋବାଇଲ୍ ଫୋନ ଜବତ ହୋଇଛି। ଗତ ଡିସେମ୍ୱର ୬ ତାରିଖରେ ବିନୋଦ ବ୍ରାହ୍ମଣଝରିଲୋସ୍ଥିତ ତାଙ୍କ ଭାଇଙ୍କ ମଦ ଦୋକାନ ନିକଟ ନିଜର କନଷ୍ଟ୍ରକ୍ସନ୍ ସାଇଟରେ ଥିବାବେଳେ ୨ଟି ବାଇକରେ ୩ଜଣ ଯୁବକ ଆସି ପ୍ରଥମେ ମଦ ଦୋକାନ ଆଗରେ ବୋମାମାଡ଼ କରିଥିଲେ।
ପରେ ସେମାନେ ବିନୋଦଙ୍କୁ ୭ ରାଉଣ୍ଡ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ବିନୋଦଙ୍କୁ ପ୍ରଥମେ କଟକ ବଡ଼ ମେଡିକାଲ ଓ ପରେ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପୁଲିସ୍ ମାରିଛି ପୋଷ୍ଟର- ଅଭିଯୁକ୍ତକୁ ଧରାଇ ଦିଅ, ଲକ୍ଷେ ଟଙ୍କା ନିଅ
ସଂପୃକ୍ତ ଅଭିଯୁକ୍ତର ୨ଟି ଫଟୋ ଜାରି କରିଛି ସମ୍ବଲପୁର ପୁଲିସ୍। କୌଣସି ବ୍ୟକ୍ତି ଅଭିଯୁକ୍ତ ସମ୍ପର୍କରେ ସୂଚନା ଦେଲେ ତାଙ୍କୁ ଲକ୍ଷେ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ପୁଲିସ କହିଛି।
Crime
ସେହି କାଳ ରାତି ନେଇଗଲା ୨ ବିଜେପି ନେତାଙ୍କ ଜୀବନ
କାରରେ ଥିଲେ ୬ ଜଣ। ଆଗରେ ବସିଥିଲେ ଡ୍ରାଇଭରଙ୍କ ସମେତ ୨ ଜଣ। ପଛରେ ବସିଥିଲେ ୪ ଜଣ। ହାଇୱା ୩ ଥର ଦେଇଥିଲା ଧକ୍କା। ଏଥିରେ ବିଜେପିର ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆଙ୍କ ମୃତ୍ୟୁ ଘଟିଥିଲା।
Crime
ଘରେ ଚୋରି କରିବାକୁ ପଶିଥିଲା ଚୋର, କିଛି ନମିଳିବାରୁ ମହିଳାଙ୍କୁ...
ଚୋରି କରିବାକୁ କୌଣସି ମୂଲ୍ୟବାନ ସାମଗ୍ରୀ ନପାଇବାରୁ ଘରେ ଥିବା ମହିଳାଙ୍କୁ ଚୁମ୍ବନ ଦେଇ ପଳାଇଲା ଚୋର। ମହିଳାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ଚୋରକୁ ଧରିଛି ପୁଲିସ।
Crime
ଆଇସିୟୁରେ ରଖି କରାଯାଉଥିଲା ଚିକିତ୍ସା, ଡାକ୍ତରଖାନା ଛାତରୁ ପଡ଼ି ଚାଲିଗଲା ଜୀବନ
କଡ଼ା ସୁରକ୍ଷା ମଧ୍ୟରେ ରହୁଥିବା ଆଇସିୟୁରୁ ଜଣେ ରୋଗୀ ବାହାରକୁ ଆସିଲେ କେମିତି ?
Crime
ସାମାନ୍ୟ ବଚସା ହେଲା କାଳ; ସାଙ୍ଗ ଭୁଷି ଦେଲା ଛୁରୀ
ହଠାତ୍ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। । ଏଥିରେ ଉତ୍ତ୍ୟକ୍ତ ହୋଇ ବିନୟ ପାଖରେ ଥିବା ଏକ ଛୁରୀରେ ଅନ୍ତିଆଙ୍କୁ ଭୁଷି ଦେଇଥିଲେ।