ଜଙ୍ଗଲ ଛାଡିଲେ ଗରିଲା ଯୋଦ୍ଧା: କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: କ୍ୟାଡର ମାଓବାଦୀ ଦେବା ମାଢ଼ୀ ଓରଫ ରଘୁ ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ୪ ବର୍ଷ ହେଲା ରଘୁ କାଲିମେଳା ଦଲମ୍‌ରେ କାମ କରୁଥିଲେ। ସେ ଲୋକାଲ ଗରିଲା ସ୍କ୍ୱାଡର ସଦସ୍ୟ ଥିଲେ। ତାଙ୍କ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଥିଲା। ଏସ୍‌ପି ମିତ୍ରଭାନୁ ମହାପାତ୍ର କହିଛନ୍ତି,“ଲ୍ୟାଣ୍ଡମାଇନ ବିସ୍ଫୋରଣରେ ରଘୁ ଆହତ ହୋଇଥିଲା। ମାଓବାଦୀମାନେ ତାଙ୍କର ଉପଯୁକ୍ତ ଚିକିତ୍ସା ନ କରିବାରୁ ସେ ଆତ୍ମସମର୍ପଣ କରିଛନ୍ତି। ପଡ଼ଇଆ ବ୍ଲକ ଅଫିସ୍‌ ବିସ୍ଫୋରଣ ସମେତ […]

maobadi

Rakesh Mallick
  • Published: Tuesday, 14 March 2017
  • , Updated: 14 March 2017, 04:35 PM IST

ମାଲକାନଗିରି: କ୍ୟାଡର ମାଓବାଦୀ ଦେବା ମାଢ଼ୀ ଓରଫ ରଘୁ ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ୪ ବର୍ଷ ହେଲା ରଘୁ କାଲିମେଳା ଦଲମ୍‌ରେ କାମ କରୁଥିଲେ। ସେ ଲୋକାଲ ଗରିଲା ସ୍କ୍ୱାଡର ସଦସ୍ୟ ଥିଲେ। ତାଙ୍କ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଥିଲା।

ଏସ୍‌ପି ମିତ୍ରଭାନୁ ମହାପାତ୍ର କହିଛନ୍ତି,“ଲ୍ୟାଣ୍ଡମାଇନ ବିସ୍ଫୋରଣରେ ରଘୁ ଆହତ ହୋଇଥିଲା। ମାଓବାଦୀମାନେ ତାଙ୍କର ଉପଯୁକ୍ତ ଚିକିତ୍ସା ନ କରିବାରୁ ସେ ଆତ୍ମସମର୍ପଣ କରିଛନ୍ତି। ପଡ଼ଇଆ ବ୍ଲକ ଅଫିସ୍‌ ବିସ୍ଫୋରଣ ସମେତ ୧୦ରୁ ଅଧିକ ହିଂସାକାଣ୍ଡ ଘଟଣାରେ ରଘୁ ଜଡିତ ଥିଲା।”

Related story