ହସ୍ପିଟାଲ୍
ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ପଶ୍ଚିମବଙ୍ଗର ଗୋଟିଏ ଘରୋଇ ହସ୍ପିଟାଲ ଭିତରେ ଓଡ଼ିଶାରୁ ଯାଇ ସେଠାରେ ପଢ଼ୁଥିବା ଜଣେ ଦ୍ୱିତୀୟ ବର୍ଷର ଡାକ୍ତରୀ ଛାତ୍ରୀଙ୍କୁ ଘୋଷାଡ଼ି ନେଇ ଦୁଷ୍କର୍ମ( Stop Rape) କରାଯାଇଛି। ୨୦୨୪ରେ ଆରଜି କର ହସ୍ପିଟାଲରେ ଘଟିଥିବା ଭୟଙ୍କର ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ଏପରି ଖବର ସମସ୍ତଙ୍କୁ ବିଚଳିତ କରିଛି।
ପୀଡ଼ିତାଙ୍କ ଘର ଓଡ଼ିଶା(Odisha)ର ଜଳେଶ୍ୱର ଅଞ୍ଚଳରେ। ସେ ବେଙ୍ଗଲ(West Bengal)ର ଦୁର୍ଗାପୁର ଅନ୍ତର୍ଗତ ଶୋଭାପୁର ସ୍ଥିତ ଘରୋଇ ମେଡିକାଲ କଲେଜରେ ଏମବିବିଏସ ପାଠ୍ୟକ୍ରମର ଦ୍ୱିତୀୟ ବର୍ଷରେ ପଢ଼ୁଥିଲେ। ଦୁର୍ଗାପୁର ହେଉଛି ପଶ୍ଚିବଙ୍ଗର ସବୁଠାରୁ ବଡ଼ ଶିଳ୍ପାଞ୍ଚଳ ଭାବେ ପରିଚିତ। ଏହା ରାଜଧାନୀ କୋଲକାତା ଠାରୁ ୧୭୦ କିମି ଦୂର। ସେଠାରେ ଥିବା ଘରୋଇ ମେଡିକାଲ କଲେଜରେ ଓଡ଼ିଆ ଛାତ୍ରୀଙ୍କ ସହ ଏଭଳି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି।
ସୂତ୍ର ଅନୁସାରେ, ଛାତ୍ରୀ ଜଣଙ୍କ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୮.୩୦ରେ କଲେଜ କ୍ୟାମ୍ପସରୁ ନିଜର ଜଣେ ପୁରୁଷ ବନ୍ଧୁକ ସହ ବାହାରିଥିଲେ। ଏହି ସମୟରେ କ୍ୟାମ୍ପସର ମୁଖ୍ୟ ଫାଟକ ନିକଟରେ ରହିଥିବା କିଛି ଯୁବକଙ୍କ ମଧ୍ୟରୁ ଜଣେ ହଠାତ୍ ଛାତ୍ରୀଙ୍କୁ ବଳପୂର୍ବକ ଘୋଷାଡ଼ି ନେଇଥିଲେ। ସେ ତାଙ୍କୁ ହସ୍ପିଟାଲ ପଛକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲେ। ପୁରୁଷ ବନ୍ଧୁ ଜଣଙ୍କ ମଧ୍ୟ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୀଡ଼ିତା ଜଣଙ୍କ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କର ଡାକ୍ତରୀ ମାଇନା କରାଯାଇଛି।
ପୁଲିସ ଘଟଣାକୁ ଗୁରୁତ୍ୱର ସହ ନେଇଛି। କଲେଜର କର୍ମଚାରୀ, ସ୍ଥାନୀୟ ଲୋକ ଓ ଘଟଣା ବେଳେ ଉପସ୍ଥିତ ଥିବା ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ପଚରାଉଚରା କରୁଛି।
ପୀଡ଼ିତାଙ୍କ ବାପା କହିଛନ୍ତି ଯେ “ଝିଅର ବନ୍ଧୁଙ୍କ ଠାରୁ ଆମେ ଏ ଖବର ପାଇଥିଲୁ। ମୁଁ ପହଞ୍ଚିଲା ବେଳକୁ ମୋ ଝିଅ ଗୁରୁତର ଅବସ୍ଥାରେ ରହିଥିଲା।
ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରକାରର ତତ୍ପରତା ପ୍ରକାଶ ପାଇ ନଥିଲା। ମୋ ଝିଅକୁ ତା’ର ବନ୍ଧୁ ୱାସିଫ ଅଲୀ ଡାକିବା ପରେ ସେ ଗୁପଚୁପ ଖାଇବାକୁ କ୍ୟାମ୍ପସ ବାହାରକୁ ଯାଉଥିଲା।
ସେ କଲେଜ କ୍ୟାମ୍ପସରର ଗେଟ ପାଖରେ ପହଞ୍ଚିଥିବା ବେଳେ ୪ରୁ ୫ ଜଣ ଯୁବକ ସେଠାରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ମୋ ଝିଅକୁ ଦୁଷ୍କର୍ମ କରିଛି। ଝିଅର ମୋବାଇଲ ମଧ୍ୟ ନେଇ ଯାଇଥିଲେ। ସେମାନେ ମୋବାଇଲ ଫେରାଇବାକୁ ୩ ହଜାର ଟଙ୍କା ମଧ୍ୟ ମାଗିଥିଲେ। ପରବର୍ତ୍ତୀ ସମୟରେ ମୋ ଝିଅ ସହ ଥିବା ତା’ ପୁରୁଷ ବନ୍ଧୁ ତା’କୁ ସେଠାରୁ ଆଣିଥିଲା।”
ଝିଅକୁ ଡାକ୍ତର କରିବାକୁ ସ୍ୱପ୍ନ ଦେଖି ବାପା ତାଙ୍କୁ ବେଙ୍ଗଲର ଘରୋଇ ମେଡିକାଲ ହସ୍ପିଟାଲରେ ନାଁ ଲେଖାଇଥିଲେ। ଏବେ ସେ ଝିଅକୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି। କ୍ୟାମ୍ପସରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନଥିବା ମଧ୍ୟ ସେ ଦାବି କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/11/medical-2025-10-11-13-12-56.jpg)