ଏଟିଏମ୍‌ରୁ ଲୁଟ୍ ଉଦ୍ୟମ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଅଞ୍ଚଳଗୁମା ସ୍ଥିତ ଏସ୍‌ବିଆଇର ଏକ ଏଟିଏମ୍‌ରୁ କେହି ଦୁର୍ବୃତ୍ତ ଟଙ୍କା ଲୁଟ୍ ଉଦ୍ୟମ କରି ବିଫଳ ହେବା ପରେ ଏହାକୁ ଭଙ୍ଗାରୁଜା କରିଥିବା ନେଇ ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଏଟିଏମ୍‌ କାଉଣ୍ଟରର ସଟର୍ କାଟି ଲୁଟ୍ ଉଦ୍ୟମ କରିଥିଲା। ତେନ୍ତୁଳିଖୁଣ୍ଟି ପୋଲିସ୍ ଘଟଣାର ତଦନ୍ତ କରୁଛି।