କଟକ: କେନ୍ଦ୍ରାପଡା ଜିଲ୍ଲା ନମତରା ଗୁଳିକାଣ୍ଡ ଘଟଣାର ସାକ୍ଷ୍ୟଗ୍ରହଣ ସରିଛି। ଆଜି ଶେଷ ଦିନରେ କେନ୍ଦ୍ରାପଡା ଉପଜିଲ୍ଲାପାଳ ଓ ଏସ୍ଡିପିଓ ଆରଡିସିଙ୍କ ପାଖରେ ଉପସ୍ଥିତ ରହି ସାକ୍ଷ୍ୟ ପ୍ରଦାନ କରିଥିଲେ। ଏହି ଘଟଣାରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଦାଖଲ କରିବା ପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନକୁ କୁହାଯାଇଛି।
ଆର୍ଡିସି ଏ.ବି. ଓତା କହିଛନ୍ତି,“ଆଜି ଯେଉଁମାନେ ସାକ୍ଷ୍ୟ ପ୍ରଦାନ କରିଛନ୍ତି, ଆଗରୁ ମୁଁ ସେମାନଙ୍କୁ ପଚରାଉଚରା କରିଛି। ସେମାନେ ଆଗରୁ ଡକୁମେଣ୍ଟେସନ୍ (ଜମାନବନ୍ଦୀ) ଦେଇ ନ ଥିଲେ। ଆଜି ସେମାନଙ୍କୁ ଆଉ ଥରେ ଡାକି କିଛି ପ୍ରଶ୍ନ ପଚାରି ଜମାନବନ୍ଦୀ ନେଇଛି। ୩୧ ଅକ୍ଟୋବର ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ସରକାରୀ ଭାବେ ସମୟ ଦିଆଯାଇଛି। ରିପୋର୍ଟ ଦାଖଲ ପାଇଁ ଆଉ ୮ରୁ ୧୦ ଦିନ ଅଧିକ ସମୟ ମୁଁ ନେଇପାରେ।”