ନନ୍ଦନକାନନ ରୋଡ଼ରେ ଯୁବତୀଙ୍କୁ ଅସଦାଚରଣ ଘଟଣାରେ ଆଉ ଜଣେ ଗିରଫ

ଭୁବନେଶ୍ୱର: ନନ୍ଦନକାନନ ରୋଡ଼ରେ ଯୁବତୀଙ୍କୁ ଅସଦାଚରଣ ମାମଲାରେ ଆଜି ଆଉ ଜଣେ ଅଭିଯୁକ୍ତଙ୍କୁ କମିଶନରେଟ୍‌ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ଥାନାରେ ଆତ୍ମସମର୍ପଣ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଏଥିସହ ଏହି ଘଟଣାରେ ଗିରଫଦାରୀ ସଂଖ୍ୟା ୫ରେ ପହଞ୍ଚିଛି। ରବିବାର ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ସୋମବାର ଆଉ ଜଣେ ଧରା ପଡିଥିଲେ। ଗତ ଶୁକ୍ରବାର ଦିନ ୩ ଜଣ ଯୁବତୀ ଜଣେ ପୁରୁଷ ବନ୍ଧୁ ସହ ଯାଉଥିବା ବେଳେ […]

bbsr

bbsr

Rakesh Mallick
  • Published: Tuesday, 10 January 2017
  • Updated: 10 January 2017, 07:28 PM IST

ଭୁବନେଶ୍ୱର: ନନ୍ଦନକାନନ ରୋଡ଼ରେ ଯୁବତୀଙ୍କୁ ଅସଦାଚରଣ ମାମଲାରେ ଆଜି ଆଉ ଜଣେ ଅଭିଯୁକ୍ତଙ୍କୁ କମିଶନରେଟ୍‌ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ଥାନାରେ ଆତ୍ମସମର୍ପଣ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଏଥିସହ ଏହି ଘଟଣାରେ ଗିରଫଦାରୀ ସଂଖ୍ୟା ୫ରେ ପହଞ୍ଚିଛି।

ରବିବାର ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ସୋମବାର ଆଉ ଜଣେ ଧରା ପଡିଥିଲେ।

ଗତ ଶୁକ୍ରବାର ଦିନ ୩ ଜଣ ଯୁବତୀ ଜଣେ ପୁରୁଷ ବନ୍ଧୁ ସହ ଯାଉଥିବା ବେଳେ ଦୁଇଜଣ ଯୁବକ କମେଣ୍ଟ ମାରିଥିଲେ। ଏ ନେଇ ଯୁବତୀମାନେ ପ୍ରତିବାଦ କରିବାରୁ ସମ୍ପୃକ୍ତ ଯୁବକ ଓ ତାଙ୍କ ସାଙ୍ଗମାନେ ସେମାନଙ୍କୁ ଅସଦାଚରଣ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos