ନୟାଗଡ଼ ଅବକାରୀ ବିଭାଗ ଗାଡ଼ି ପୋଡି ଘଟଣା: ମଦ ଦୋକାନ ମାଲିକ ଗିରଫ

ନୟାଗଡ଼: ନୟାଗଡ଼ ଜିଲ୍ଲା ଅବକାରୀ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ୩ଟି ଗାଡ଼ି ପୋଡି ଘଟଣାରେ ଆଜି ପୋଲିସ ଜଣେ ମଦ ଦୋକାନ ମାଲିକଙ୍କୁ ଗିରଫ କରିଛି। ଗିରଫ ମଦ ଦୋକାନ ମାଲିକ ହେଲେ ସଚିନ ଭୋଳ। ମଙ୍ଗଳବାର ରାତିରେ କେହି ଦୁର୍ବୃତ୍ତ ଅବକାରୀ ବିଭାଗ କାର୍ଯ୍ୟାଳୟରେ ଥିବା ଗୋଟିଏ ବୋଲେରୋ, ଜିପ୍‌ ଓ ବାଇକ୍‌ରେ ନିଆଁ ଲଗାଇ ଦେଇଥିଲା। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ମଙ୍ଗଳବାର ଅବକାରୀ […]

nayagarh-1

Rakesh Mallick
  • Published: Thursday, 10 November 2016
  • , Updated: 10 November 2016, 11:16 AM IST

ନୟାଗଡ଼: ନୟାଗଡ଼ ଜିଲ୍ଲା ଅବକାରୀ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ୩ଟି ଗାଡ଼ି ପୋଡି ଘଟଣାରେ ଆଜି ପୋଲିସ ଜଣେ ମଦ ଦୋକାନ ମାଲିକଙ୍କୁ ଗିରଫ କରିଛି। ଗିରଫ ମଦ ଦୋକାନ ମାଲିକ ହେଲେ ସଚିନ ଭୋଳ।

ମଙ୍ଗଳବାର ରାତିରେ କେହି ଦୁର୍ବୃତ୍ତ ଅବକାରୀ ବିଭାଗ କାର୍ଯ୍ୟାଳୟରେ ଥିବା ଗୋଟିଏ ବୋଲେରୋ, ଜିପ୍‌ ଓ ବାଇକ୍‌ରେ ନିଆଁ ଲଗାଇ ଦେଇଥିଲା। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ମଙ୍ଗଳବାର ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ ଚାଲାଣକୁ ନେଇ ଚଢାଉ କରାଯାଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କେହି ମଦ ଦୋକାନ ମାଲିକ ଏପରି କାଣ୍ଡ ଘଟାଇ ଥିବା ପୋଲିସ ସନ୍ଦେହ କରୁଥିଲା।

Related story