ବିଦେଶୀ ନାବାଳକଙ୍କ ଗୋଡ଼ ଭାଙ୍ଗିଦେଲେ,ଏନଜିଓରେ ନିର୍ଯାତନା

ଖୋର୍ଦ୍ଧା: ବିଦେଶୀ ନାବାଳକଙ୍କୁ ନିର୍ଯତନା। ପିଟି ପିଟି ଭାଙ୍ଗିଦେଲେ ଗୋଡ଼। ଏଭଳି ଅଭିଯୋଗ ଆଣିଛନ୍ତି ବାଂଲାଦେଶ ଗୋପାଳ ଗଞ୍ଜର ଜଣେ ନାବାଳକ। ଖୋର୍ଦ୍ଦା ଜଟଣୀର ସ୍ୱେଚ୍ଛାସେବୀ ସଙ୍ଗଠନ ‘ଆଶା କିରଣ’ରେ ତାଙ୍କୁ ଆକ୍ରମଣ କରାଯାଇଥିଲା। ପୁରୀ  ଶିଶୁ କଲ୍ୟାଣ କମିଟି ଆଗରେ ସମ୍ପୃକ୍ତ ନାବଳକ ଜଣକ ଏହି ବୟାନ ରଖିଛନ୍ତି। ଗତ ୮ ତାରିଖରେ ପୁରୀ ରେଳ ଷ୍ଟେଶନରୁ ଉଦ୍ଧାର ପରେ ସମ୍ପୃକ୍ତ ନାବାଳକ ଜଣକ ଏହି ବୟାନ ଦେଇଥିବା କହିଛନ୍ତି ପୁରୀ ସିଡବ୍ଲୁସି କର୍ତ୍ତୃପକ୍ଷ। ଏ […]

khordha

Rakesh Mallick
  • Published: Wednesday, 15 March 2017
  • , Updated: 15 March 2017, 09:01 PM IST

ଖୋର୍ଦ୍ଧା: ବିଦେଶୀ ନାବାଳକଙ୍କୁ ନିର୍ଯତନା। ପିଟି ପିଟି ଭାଙ୍ଗିଦେଲେ ଗୋଡ଼। ଏଭଳି ଅଭିଯୋଗ ଆଣିଛନ୍ତି ବାଂଲାଦେଶ ଗୋପାଳ ଗଞ୍ଜର ଜଣେ ନାବାଳକ। ଖୋର୍ଦ୍ଦା ଜଟଣୀର ସ୍ୱେଚ୍ଛାସେବୀ ସଙ୍ଗଠନ ‘ଆଶା କିରଣ’ରେ ତାଙ୍କୁ ଆକ୍ରମଣ କରାଯାଇଥିଲା। ପୁରୀ  ଶିଶୁ କଲ୍ୟାଣ କମିଟି ଆଗରେ ସମ୍ପୃକ୍ତ ନାବଳକ ଜଣକ ଏହି ବୟାନ ରଖିଛନ୍ତି। ଗତ ୮ ତାରିଖରେ ପୁରୀ ରେଳ ଷ୍ଟେଶନରୁ ଉଦ୍ଧାର ପରେ ସମ୍ପୃକ୍ତ ନାବାଳକ ଜଣକ ଏହି ବୟାନ ଦେଇଥିବା କହିଛନ୍ତି ପୁରୀ ସିଡବ୍ଲୁସି କର୍ତ୍ତୃପକ୍ଷ। ଏ ସମ୍ପର୍କରେ ଖୋର୍ଦ୍ଦା ଶିଶୁ ସୁରକ୍ଷା କିମଟିକୁ ରିପୋର୍ଟ ତଲବ କରିଛି ପୁରୀ ସିଡବ୍ଲୁସି। ଅନ୍ୟପକ୍ଷରେ ସମ୍ପୃକ୍ତ ନାବାଳକ ଜଣକ ସଂସ୍ଥାର ପାଚେରୀ ଡେଇଁ ଫେରାର ହୋଇଯାଇଥିବା ଆଶା କିରଣ ପକ୍ଷରୁ କୁହାଯାଇଛି । ଏଥିସହ ଆଶା କିରଣ ଅନୁଷ୍ଠାନକୁ ବଦନାମ କରିବା ପାଇଁ ସୁଚିନ୍ତିତ ଷଡ଼ଜନ୍ତ୍ର କରାଯାଇଛି ବୋଲି କର୍ତ୍ତୃପକ୍ଷ ଅଭିଯୋଗ ଆଣିଛନ୍ତି। ଅଶାକିରଣ ସଂସ୍ଥା ମୁଖ୍ୟ ହୋଚିମିନ ଶାସ୍ତ୍ରୀଙ୍କ କହିବା ଅନୁଯାୟୀ ସମ୍ପୃକ୍ତ ନାବାଳକ ଜଣକ ନିଜେ ନିଜେ ପଳାଇଯାଇଛନ୍ତି। ଏବଂ ମୋତେ ବ୍ଲାକ ମେଲିଂ କରାଯାଇ ଟଙ୍କା ମଗାଯାଇ ଥିଲା। ପଇସା ନ ଦେବାରୁ ମୋ ନାରେ ଏଭଳି ଅଭିଯୋଗ ଅଣାଯାଇଛି ବୋଲି ସେ  କହିଛନ୍ତି। ଖୋର୍ଦ୍ଧା ଜିଲ୍ଲା ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକଙ୍କ କହିବା ଅନୁଯାୟୀ ପିଲା ଯିବା ସତ ବୋଲି ସିସିଟିଭି ଫୋଟେଜରୁ ଜଣାପଡ଼ିଛି। ଏନେଇ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି। ୨୦୧୫ ମସିହାରୁ  ଅଶା କିରଣରେ ରହୁଥିବା ଏହି ବାଂଲାଦେଶୀ ନାବାଳକ ଜଣଙ୍କ ପାଚେରୀ ଡେଇଁ କାହିଁକି ଫେରାର ହୋଇଗଲେ? ଫେରାର ଉଦ୍ୟମ କରୁଥିବାବେଳେ କୌଣସି କର୍ମଚାରୀ ଜାଣିପାରିଲନି କିପରି? ତାହା ଏବେ ବଡ଼ ପ୍ରଶ୍ନ।

Related story