ନୂଆପଡା: ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ

ନୂଆପଡ଼ା: ଜୋଙ୍କ ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ଗୋତମା ଗାଁ ପୋଖରୀ ନିକଟରେ ଚାଲିଥିବା ଜୁଆ ଆଡ୍ଡ ଉପରେ ଚଢାଉ କରି ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଦେବକାନ୍ତ ରଥ ସନ୍ତୋଷ କୁମାର ସାହୁ ଓ ବାଳକୁମାର ସାହୁ । ଏହାସହ ଜୁଆ ଆଡ୍ଡାରୁ ପୋଲିସ ନଗଦ ୧୪ ହଜାର ଟଙ୍କା, ୫ଟି ବାଇକ, ୩ଟି ମୋବାଇଲ ଓ ୨ଟି ଏଟିଏମ୍ କାର୍ଡ଼ ଜବତ କରିଛି ।