Advertisment

ଦିଗପହଣ୍ଡି ଦୁର୍ଘଟଣା ପାଇଁ ସରକାରୀ ବସ୍ ଡ୍ରାଇଭର ଦାୟୀ, ଆଖି ଲାଗି ଯାଇଥିଲା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ବସ୍ ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିପାଇଁ ଦାୟୀ ହେଉଛନ୍ତି ସରକାରୀ ବସ୍‌ ଡ୍ରାଇଭର।

author-image
Jitendra Garnayak
ଅଦ୍ୟତନ ହୋଇଛି
Bus Driver

Bus Driver

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରେ ବସ୍ ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିପାଇଁ ଦାୟୀ ହେଉଛନ୍ତି ସରକାରୀ ବସ୍‌ ଡ୍ରାଇଭର। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତରୁ ତାଙ୍କ ବେପରୁଆ ଡ୍ରାଇଭିଂ ଯୋଗୁ ଏହି ଦୁର୍ଘଟଣା ଘଟିଥିଲା ବୋଲି ଆଜି ବ୍ରହ୍ମପୁର ଏସ୍‌ପି ଶ୍ରବଣ ବିବେକ କହିଛନ୍ତି।

Advertisment

ଏସ୍‌ପି କହିଛନ୍ତି, ଦୁର୍ଘଟଣାଗ୍ରସ୍ତ ଉଭୟ ବସ୍‌ ଡ୍ରାଇଭର ମଦ ପିଇଥିଲେ କି ନାହିଁ, ତାହା ପରୀକ୍ଷା କରାଯାଇଥିଲା। ଫଳାଫଳ ନେଗେଟିଭ ଆସିଛି। ସରକାରୀ ବସର ଡ୍ରାଇଭରର ଦ୍ରୁତ ଗତିରେ ଗାଡ଼ି ଚଲାଇବା ସହିତ ତାଙ୍କ ଆଖି ପଡ଼ିଯିବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ବେପରୁଆ ଗାଡ଼ି ଚାଳନା ପାଇଁ ତାଙ୍କୁ ୩୦୪ (ଅବହେଳା) ଦଫାରେ ଗିରଫ କରାଯାଇଛି।

ଏସ୍‌ପି ଆହୁରି କହିଛନ୍ତି ଯେ ଦୁର୍ଘଟଣାଗ୍ରସ୍ତ ଘରୋଇ ବସ୍‌ର ମାଲିକ ତଦନ୍ତରେ ସହଯୋଗ କରୁନାହାନ୍ତି। ତାଙ୍କୁ ନୋଟିସ ପଠାଇବୁ। ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ।

Advertisment

ଗିରଫ ସରକାରୀ ବସ୍ ଡ୍ରାଇଭରଙ୍କ ନାଁ ମାନସ ପ୍ରଧାନ। ସେ ଦୁର୍ଘଟଣା ପରେ ଭୁବନେଶ୍ୱର ପଳାଇ ଯାଇଥିଲେ। ସେ ବି ଆହତ ହୋଇଛନ୍ତି। ତେବେ ଗତକାଲି ତାଙ୍କୁ ଦିଗପହଣ୍ଡି ନେଇ ଅଟକ ରଖାଯାଇଥିବା ବେଳେ ଆଜି ଗିରଫ କରାଯାଇଛି। ଗଣମାଧ୍ୟମ ଆଗରେ ସେ କହିଥିଲେ ଯେ ବସ୍‌ର ବେଗ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ଥିଲା। ଘରୋଇ ବସ୍‌ଟି ଦ୍ରୁତ ଗତିରେ ଆସୁଥିଲା। ଅନ୍ୟପକ୍ଷରେ ଦୁର୍ଘଟଣା ଗ୍ରସ୍ତ ଘରୋଇ ବସ୍‌ର ଡ୍ରାଇଭର ଗତକାଲି ଗଣମାଧ୍ୟମରେ କହିଥିଲେ ଯେ ସରକାରୀ ବସ୍‌ଟି ଦ୍ରୁତ ଗତିରେ ଆସି ସେମାନଙ୍କୁ ପିଟି ଦେଇଥିଲା।

ଦୁର୍ଘଟଣାଗ୍ରସ୍ତ ଘରୋଇ ବସ୍‌ଟି ୨୫ ବର୍ଷର ହୋଇଥିଲେ ହେଁ ତାକୁ ଫିଟନେସ ସାର୍ଟିଫିକେଟ ଦିଆଯାଇଥିଲା। ତେବେ ରାତିରେ ଚଲାଇବାକୁ ଅନୁମତି ଦିଆଯାଇ ନଥିଲା। ଦିନ ବେଳେ ସ୍ୱଳ୍ପ ଦୂରତା ମଧ୍ୟ ଚଲାଇବାକୁ କୁହାଯାଇଥିଲା। ବସ୍‌ଟିର ଇନ୍ସ୍ୟୁରାନ୍ସ ମଧ୍ୟ ନଥିଲା। ତେବେ ଏ ବାବଦରେ ଡ୍ରାଇଭର କିଛି ଜାଣି ନଥିଲେ ବୋଲି କହିଥିଲେ।

Accident Roadaccident Road Accident