ପାଲଲହଡ଼ା: ନିଖୋଜ ଶିକ୍ଷୟିତ୍ରୀଙ୍କ ଗଳିତ ଶବ ଉଦ୍ଧାର, ହତ୍ୟା ସନ୍ଦେହ

ପାଲଲହଡା: ନିଖୋଜ ହେବାର ୧୭ ଦିନ ପରେ ପାଲଲହଡା ବନ୍ଧାଭୂଇଁ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ମୁନି ଶାଏଙ୍କ ଗଳିତ ଶବ ଆଜି ଉଦ୍ଧାର କରାଯାଇଛି। ଅଟନକା ଗାଁ ନିକଟ ନଦୀପଠାରେ ଥିବା ଏକ ଇଟାଗଦା ଭିତରୁ ମୁନିଙ୍କ ମୃତଦେହକୁ ଆଜି ପୋଲିସ ଜବତ କରିଛି। ୪ ଦିନ ପୂର୍ବେ କଖାରୁଆ ନଦୀ କୂଳରୁ ମୁନିଙ୍କ ବ୍ୟବହୃତ ସ୍କୁଟି, ଜୋତା, ଶାଢ଼ି ଓ ଭ୍ୟାନିଟି ଉଦ୍ଧାର କରାଯାଇଥିଲା। ମୁନିଙ୍କ ଗାଁ ଜମରଡିହ ବାସିନ୍ଦା ଓ ପରିବାର ଲୋକେ ସ୍ଥାନୀୟ […]

teacher

teacher

Rakesh Mallick
  • Published: Thursday, 29 December 2016
  • Updated: 30 December 2016, 06:48 AM IST

Sports

Latest News

ପାଲଲହଡା: ନିଖୋଜ ହେବାର ୧୭ ଦିନ ପରେ ପାଲଲହଡା ବନ୍ଧାଭୂଇଁ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ମୁନି ଶାଏଙ୍କ ଗଳିତ ଶବ ଆଜି ଉଦ୍ଧାର କରାଯାଇଛି। ଅଟନକା ଗାଁ ନିକଟ ନଦୀପଠାରେ ଥିବା ଏକ ଇଟାଗଦା ଭିତରୁ ମୁନିଙ୍କ ମୃତଦେହକୁ ଆଜି ପୋଲିସ ଜବତ କରିଛି। ୪ ଦିନ ପୂର୍ବେ କଖାରୁଆ ନଦୀ କୂଳରୁ ମୁନିଙ୍କ ବ୍ୟବହୃତ ସ୍କୁଟି, ଜୋତା, ଶାଢ଼ି ଓ ଭ୍ୟାନିଟି ଉଦ୍ଧାର କରାଯାଇଥିଲା।

ମୁନିଙ୍କ ଗାଁ ଜମରଡିହ ବାସିନ୍ଦା ଓ ପରିବାର ଲୋକେ ସ୍ଥାନୀୟ ଅଞ୍ଚଳରେ ଖୋଜାଖୋଜି କରିବା ପରେ ଇଟାଭାଟିରୁ ତାଙ୍କ ଉଲଗ୍ନ ମୃତଦେହ ଦେଖିବାକୁ ପାଇଥିଲେ। ପାରିପାର୍ଶ୍ୱିକ ସ୍ଥିତିରୁ ମୁନିଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ଗତ ୧୩ ତାରିଖରେ ସ୍କୁଲରୁ ଛୁଟି ଦରଖାସ୍ତ ଦେଇ ମୁନି ବ୍ୟାଙ୍କ କାମ ପାଇଁ ପାଲଲହଡ଼ା ଯାଥିଲେ। ଏହା ପରଠାରୁ ତାଙ୍କର କୌଣସି ସନ୍ଧାନ ମିଳୁ ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos