ଭୁବନେଶ୍ୱର: ବିଧାୟକ ସନାତନ ମହାକୁଡଙ୍କ ବୋହୂ ବିବାଦ ମାମଲାରେ ସୋମବାର ଭୁବନେଶ୍ୱର ଜେଏମ୍ଏଫ୍ସି କୋର୍ଟରେ ହାଜର ହୋଇଛନ୍ତି ପୁଅ ପଙ୍କଜ ମହାକୁଡ। ଆଜି ୧୬୪ ଧାରା ଅନୁଯାୟୀ ପଙ୍କଜଙ୍କ ବୟାନ ରେକର୍ଡ କରାଯାଇଛି। ପୂର୍ବରୁ ମହିଳା ଥାନା ନୋଟିସକୁ ବେଖାତିର କରିବା ସତ୍ତ୍ୱେ ମହିଳା ଥାନା ଅଧିକାରୀ କେନ୍ଦୁଝର ଯାଇ ୧୬୧ ଧାରାରେ ପଙ୍କଜଙ୍କ ବୟାନ ରେକର୍ଡ କରିଥିଲେ। ତେବେ ପୋଲିସ ସେଠାକୁ କାହିଁକି ଗଲା ସେ ନେଇ ପୋଲିସ କମିଶନର ୱାଇ ବି ଖୁରାନିଆ ତାଗିଦ୍ କରିଥିଲେ।
ଅନ୍ୟପକ୍ଷରେ ନିଜକୁ ବିଧାୟକ ସନାତନ ମହାକୁଡଙ୍କ ବୋହୂ ଓ ପଙ୍କଜଙ୍କ ସ୍ତ୍ରୀ ବୋଲି ଦାବି କରିଥିବା କବିତା ମହାକୁଡ ମହିଳା ଥାନାରେ ପ୍ରମାଣ ଦାଖଲ କରିଥିଲେ। ତାହା ସହ ବିଧାୟକ ସନାତନ ମହାକୁଡ ଓ ତାଙ୍କର ଜଣେ ସମ୍ପର୍କୀୟ ତାଙ୍କୁ ନିର୍ଯ୍ୟାତନା ଦେଉଥିବା ମଧ୍ୟ କବିତା ଅଭିଯୋଗ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନିର୍ମାଣାଧୀନ ଘରୁ ବୋମା ଭର୍ତ୍ତି ବ୍ୟାଗ୍ ଜବତ, ଅଭିଯୁକ୍ତ ଚମ୍ପଟ
ପୁଲିସ୍କୁ ଦେଖି କିଛି ଯୁବକ ବ୍ୟାଗ ଛାଡି ଦୌଡ଼ି ପଳାଇଥିବା ବେଳେ ପୁଲିସ୍ ସେମାନଙ୍କ ସନ୍ଧାନ ଆରମ୍ଭ କରିଛି।
Crime
‘ଆଇନ ଛାତ୍ର ରାଗିଂ କରିବା ଅଶୋଭନୀୟ, ଅନାଥାଶ୍ରମରେ ସପ୍ତାହେ ପାଠ ପଢ଼ାଇବେ’
ଆବେଦନର ବିଚାର କରି ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲରେ ରୁଜୁ ହୋଇଥିବା ଫୌଜଦାରୀ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମାତ୍ର ଆଇନ ଛାତ୍ରଙ୍କ ଏପରି ଆଚରଣରେ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ।
Crime
ରାତି ଅଧରେ ଫୁଟିଲା ବୋମା, ଦୁର୍ବୃତ୍ତ ଫେରାର
ଗତ ରାତିରେ ଫୁଟିଛି ବୋମା । ଜଣେ ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ହୋଇଛି ବୋମା ମାଡ଼ ।
Crime
ହଂସିକା ଓ ଅନୀଲଙ୍କ ସମ୍ପତ୍ତି ଶହେ କୋଟି ପାର୍ କଲାଣି!
ପୂର୍ବରୁ ପୋର୍ସେ, ଜାଗୁଆର, BMW ଭଳି ୬ଟି ଦାମୀ କାର୍ ପରେ ଆଜି ୩କୋଟି ଟଙ୍କାର ଏକ ମର୍ସିଡିଜ କାର ଜବତ କରିଛି କମିସନ୍ରେଟ୍ ପୁଲିସ୍। ଏକ ପରିତ୍ୟକ୍ତ ସ୍ଥାନରେ କାରଟି ଲୁଚାଇ ରଖାଯାଇଥିଲା।
Crime
୮ ବର୍ଷ ତଳେ ଗିରଫ ହୋଇଥିଲେ, ତଥାପି ସୁଧୁରିଲେନି; ପୁଣି ଲାଞ୍ଚ ନେଇ ବନ୍ଧା ହେଲେ
ଲାଞ୍ଚ ନେଇ ଧରାପଡ଼ିବା ପରେ ଏଆରଆଇ ଶ୍ରୀ ବେହେରାଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।