ପାରାଦୀପ: ପାରାଦୀପ ଟର୍ମିନାଲ୍ ରୋଡ ଗୁଳିକାଣ୍ଡ ଘଟଣାକୁ ୩ଦିନ ବିତିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ବିଫଳ ହୋଇଥିବା ଅଭିଯୋଗ କରି ପାରାଦୀପ-ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦ ପକ୍ଷରୁ ଶୁକ୍ରବାର ପାରାଦୀପ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଂଗ୍ରେସ ନେତା ବାପି ସର୍ଖେଲଙ୍କ ନେତୃତ୍ୱରେ ବିଭିନ୍ନ ସଂଗଠନର ଶତାଧିକ କର୍ମୀ ଏଥିରେ ସାମିଲ ହୋଇଥିଲେ।
ବିକ୍ଷୋଭ ପରେ ପରିଷଦ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ୫ଦଫା ସମ୍ୱଳିତ ଦାବିପତ୍ର ପ୍ରଦାନ କରାଯାଇଛି। କିଛିଦନ ତଳେ ଏକ ଚଳନ୍ତା ଗାଡି ଉପରକୁ ଦୁର୍ବୃତ୍ତମାନେ ଗୁଳି ଚଳାଇଥିଲେ। ଘଟଣାରେ ଶ୍ରମିକ ନେତା ରାକେଶ ପଟ୍ଟନାୟକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ ସହଯୋଗୀ ବିପିନ୍ ବେହେରା ଗୁରୁତର ଆହତ ହୋଇଥିଲେ।
ଏହି ଗୁଳିକାଣ୍ଡ ଘଟଣାର ତଦନ୍ତ ପାଇଁ ୩ଟି ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଛି। ଶୀଘ୍ର ଏଥିରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମାଧବ ଚନ୍ଦ୍ର ସାହୁ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପୁଲିସ୍ ମାରିଛି ପୋଷ୍ଟର- ଅଭିଯୁକ୍ତକୁ ଧରାଇ ଦିଅ, ଲକ୍ଷେ ଟଙ୍କା ନିଅ
ସଂପୃକ୍ତ ଅଭିଯୁକ୍ତର ୨ଟି ଫଟୋ ଜାରି କରିଛି ସମ୍ବଲପୁର ପୁଲିସ୍। କୌଣସି ବ୍ୟକ୍ତି ଅଭିଯୁକ୍ତ ସମ୍ପର୍କରେ ସୂଚନା ଦେଲେ ତାଙ୍କୁ ଲକ୍ଷେ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ପୁଲିସ କହିଛି।
Crime
ସେହି କାଳ ରାତି ନେଇଗଲା ୨ ବିଜେପି ନେତାଙ୍କ ଜୀବନ
କାରରେ ଥିଲେ ୬ ଜଣ। ଆଗରେ ବସିଥିଲେ ଡ୍ରାଇଭରଙ୍କ ସମେତ ୨ ଜଣ। ପଛରେ ବସିଥିଲେ ୪ ଜଣ। ହାଇୱା ୩ ଥର ଦେଇଥିଲା ଧକ୍କା। ଏଥିରେ ବିଜେପିର ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆଙ୍କ ମୃତ୍ୟୁ ଘଟିଥିଲା।
Crime
ଘରେ ଚୋରି କରିବାକୁ ପଶିଥିଲା ଚୋର, କିଛି ନମିଳିବାରୁ ମହିଳାଙ୍କୁ...
ଚୋରି କରିବାକୁ କୌଣସି ମୂଲ୍ୟବାନ ସାମଗ୍ରୀ ନପାଇବାରୁ ଘରେ ଥିବା ମହିଳାଙ୍କୁ ଚୁମ୍ବନ ଦେଇ ପଳାଇଲା ଚୋର। ମହିଳାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ଚୋରକୁ ଧରିଛି ପୁଲିସ।
Crime
ଆଇସିୟୁରେ ରଖି କରାଯାଉଥିଲା ଚିକିତ୍ସା, ଡାକ୍ତରଖାନା ଛାତରୁ ପଡ଼ି ଚାଲିଗଲା ଜୀବନ
କଡ଼ା ସୁରକ୍ଷା ମଧ୍ୟରେ ରହୁଥିବା ଆଇସିୟୁରୁ ଜଣେ ରୋଗୀ ବାହାରକୁ ଆସିଲେ କେମିତି ?
Crime
ସାମାନ୍ୟ ବଚସା ହେଲା କାଳ; ସାଙ୍ଗ ଭୁଷି ଦେଲା ଛୁରୀ
ହଠାତ୍ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। । ଏଥିରେ ଉତ୍ତ୍ୟକ୍ତ ହୋଇ ବିନୟ ପାଖରେ ଥିବା ଏକ ଛୁରୀରେ ଅନ୍ତିଆଙ୍କୁ ଭୁଷି ଦେଇଥିଲେ।