ପାରାଦୀପ: ମା’ ଓ ଝିଅଙ୍କୁ ପୋଡି ହତ୍ୟା ମାମଲା, ଦୁଇ ଅଭିଯୁକ୍ତ ଗିରଫ

ପାରାଦୀପ: ପାରାଦୀପ ଉପକଣ୍ଠ ଗୋବିନ୍ଦପୁରରେ ଗତ ଶନିବାର ଘଟିଥିବା ମା’ଓ ଝିଅ ପୋଡି ଘଟଣାରେ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ଲକ୍ଷ୍ମୀପ୍ରିୟା ଭୋଇ ଏବଂ ତାଙ୍କ ସ୍ୱାମୀ ଶୁଭେନ୍ଦୁ ଭୋଇ। ଶୁଭେନ୍ଦୁ ଲକ୍ଷ୍ମୀପ୍ରିୟାଙ୍କୁ ବିବାହ କରିଥିଲେ ମଧ୍ୟ ମୃତ ପ୍ରଭାତୀଙ୍କ ସହ ତାଙ୍କ ସମ୍ପର୍କ ଥିଲା। ସେହି କାରଣରୁ ଗତ ଶନିବାର ରାତିରେ ଏନେଇ ପାଟିତୁଣ୍ଡ ହୋଇଥିଲା। ଉତ୍ତ୍ୟକ୍ତ ହୋଇ ଲକ୍ଷ୍ମୀପ୍ରିୟା ପ୍ରଭାତୀଙ୍କ ମୁଣ୍ଡକୁ ବାଡ଼ିରେ ଆକ୍ରମଣ କରିଥିଲା। ଫଳରେ ସଂଜ୍ଞାହୀନ […]

paradeep-2

Rakesh Mallick
  • Published: Tuesday, 13 October 2015
  • , Updated: 13 October 2015, 05:26 AM IST

ପାରାଦୀପ: ପାରାଦୀପ ଉପକଣ୍ଠ ଗୋବିନ୍ଦପୁରରେ ଗତ ଶନିବାର ଘଟିଥିବା ମା’ଓ ଝିଅ ପୋଡି ଘଟଣାରେ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ଲକ୍ଷ୍ମୀପ୍ରିୟା ଭୋଇ ଏବଂ ତାଙ୍କ ସ୍ୱାମୀ ଶୁଭେନ୍ଦୁ ଭୋଇ। ଶୁଭେନ୍ଦୁ ଲକ୍ଷ୍ମୀପ୍ରିୟାଙ୍କୁ ବିବାହ କରିଥିଲେ ମଧ୍ୟ ମୃତ ପ୍ରଭାତୀଙ୍କ ସହ ତାଙ୍କ ସମ୍ପର୍କ ଥିଲା। ସେହି କାରଣରୁ ଗତ ଶନିବାର ରାତିରେ ଏନେଇ ପାଟିତୁଣ୍ଡ ହୋଇଥିଲା। ଉତ୍ତ୍ୟକ୍ତ ହୋଇ ଲକ୍ଷ୍ମୀପ୍ରିୟା ପ୍ରଭାତୀଙ୍କ ମୁଣ୍ଡକୁ ବାଡ଼ିରେ ଆକ୍ରମଣ କରିଥିଲା। ଫଳରେ ସଂଜ୍ଞାହୀନ ହୋଇଯାଇଥିଲେ ପ୍ରଭାତୀ।

ଏହାପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ପ୍ରଭାତୀ ଓ ତାଙ୍କ ଝିଅଙ୍କୁ ପୋଡି ଦେଇଥିବା ପୋଲିସ କହିଛି।  ୩୦୨, ୩୦୪ ଓ ୫୦୮ ଆଦି ଦଫାରେ  ପୋଲିସ ଗିରଫ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି ।

Related story