ସିୱେଜ ମ୍ୟାନେଜର ହତ୍ୟା ମାମଲା: ମହିମା ମିଶ୍ରଙ୍କ ନାଁରେ ଲୁକ୍‌ ଆଉଟ୍‌ ନୋଟିସ୍‌

ଜଗତସିଂହପୁର: ପାରାଦୀପ ସିୱେଜ୍‌ ସିପିଂ କମ୍ପାନୀର ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ପୋଲିସ୍‌ ଆଜି ଶିଳ୍ପପତି ମହିମା ମିଶ୍ରଙ୍କ ନାଁରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଛି। ଏହାଛଡ଼ା ଏତଲାରେ ଥିବା ଅନ୍ୟ ବ୍ୟକ୍ତିଙ୍କ ନାଁରେ ମଧ୍ୟ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରାଯାଇଛି। ଏ ନେଇ ଜଗତସିଂହପୁର ଏସ୍‌ପି ଜୟନାରାୟଣ ପଙ୍କଜ ସୂଚନା ଦେଇଛନ୍ତି। ଗତ ୨୬ ତାରିଖ ସକାଳେ ସ୍ୱାଇଁ ତାଙ୍କ ସ୍କର୍ପିଓରେ ଅଫିସ୍ ଯାଉଥିଲେ। ପାରାଦୀପ ଆମ୍ୱେଦକର ଭବନ ନିକଟରେ ଦୁଇ ଜଣ […]

paradeep-1

Rakesh Mallick
  • Published: Friday, 04 November 2016
  • , Updated: 04 November 2016, 06:26 PM IST

ଜଗତସିଂହପୁର: ପାରାଦୀପ ସିୱେଜ୍‌ ସିପିଂ କମ୍ପାନୀର ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ପୋଲିସ୍‌ ଆଜି ଶିଳ୍ପପତି ମହିମା ମିଶ୍ରଙ୍କ ନାଁରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଛି। ଏହାଛଡ଼ା ଏତଲାରେ ଥିବା ଅନ୍ୟ ବ୍ୟକ୍ତିଙ୍କ ନାଁରେ ମଧ୍ୟ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରାଯାଇଛି। ଏ ନେଇ ଜଗତସିଂହପୁର ଏସ୍‌ପି ଜୟନାରାୟଣ ପଙ୍କଜ ସୂଚନା ଦେଇଛନ୍ତି।

ଗତ ୨୬ ତାରିଖ ସକାଳେ ସ୍ୱାଇଁ ତାଙ୍କ ସ୍କର୍ପିଓରେ ଅଫିସ୍ ଯାଉଥିଲେ। ପାରାଦୀପ ଆମ୍ୱେଦକର ଭବନ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ମୋଟର ସାଇକେଲ୍‌ରେ ଆସି ତାଙ୍କ ଗାଡ଼ି ଉପରକୁ ବୋମା ଫୋପାଡ଼ି ଥିଲେ। ଆତ୍ମରକ୍ଷା ପାଇଁ ସେ ଗାଡ଼ିରୁ ଓହ୍ଲାଇ ଦୌଡ଼ି ପଳାଇ ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

Related story