ପରକୀୟାପ୍ରୀତିରୁ ହତ୍ୟାକାଣ୍ଡ

ବ୍ରହ୍ମପୁର: ପରକୀୟାପ୍ରୀତିରୁ ହତ୍ୟା ଅଭିଯୋଗ। ଏପରି ଅଭିଯୋଗ ଆସିଛି ଗୋପାଳପୁର ଥାନା ଅନ୍ତର୍ଗତ ନୂଆ ଗୋଳାବନ୍ଧ ଗାଁରୁ। ଗୋଳାବନ୍ଧର ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ସହ ସେହି ଗାଁର ରିଙ୍କୁ ସାହୁଙ୍କ ସଂପର୍କ ଥିବା ସନ୍ଦେହ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ରିଙ୍କୁ ଶୁକ୍ରବାର ରାତିରେ ହାତିପାଦ ଗାଁ ଦେଇ ଘରକୁ ଫେରୁଥିବା ବେଳେ ନାରାୟଣ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ରିଙ୍କୁକୁ ବ୍ରହ୍ମପୁର ବଡ଼ ମେଡିକାଲ ଭର୍ତ୍ତି କରାଯାଇଥିଲା। ଆଜି […]

brm

Rakesh Mallick
  • Published: Saturday, 29 October 2016
  • , Updated: 29 October 2016, 08:27 PM IST

ବ୍ରହ୍ମପୁର: ପରକୀୟାପ୍ରୀତିରୁ ହତ୍ୟା ଅଭିଯୋଗ। ଏପରି ଅଭିଯୋଗ ଆସିଛି ଗୋପାଳପୁର ଥାନା ଅନ୍ତର୍ଗତ ନୂଆ ଗୋଳାବନ୍ଧ ଗାଁରୁ। ଗୋଳାବନ୍ଧର ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ସହ ସେହି ଗାଁର ରିଙ୍କୁ ସାହୁଙ୍କ ସଂପର୍କ ଥିବା ସନ୍ଦେହ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ରିଙ୍କୁ ଶୁକ୍ରବାର ରାତିରେ ହାତିପାଦ ଗାଁ ଦେଇ ଘରକୁ ଫେରୁଥିବା ବେଳେ ନାରାୟଣ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ରିଙ୍କୁକୁ ବ୍ରହ୍ମପୁର ବଡ଼ ମେଡିକାଲ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ସେଠାରେ  ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ୍‌ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

Related story