ପୁରୀ: ପୁରୀ ଏସସିଏସ୍ କଲେଜ ଛକରେ ଆଜି ବୋମାମାଡ଼ ହୋଇଛି। ଏଥିରେ ୨ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଦୁହିଁଙ୍କ ଅବସ୍ଥା ସ୍ଥିର ରହିଛି। ପୂର୍ବ ଶତ୍ରୁତାକୁ ନେଇ ଏହି ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରୁ ଗୋଟିଏ ଅଫୁଟା ବୋମା ଜବତ କରାଯାଇ ବେଳେ ପୋଲିସ ୨ଜଣଙ୍କୁ ଗିରଫ କରିଛି।
ପୁରୀ ସିଟି ଡିଏସପି ପ୍ରଭାତ ରାଉତରାୟ କହିଛନ୍ତି ଯେ ପୂର୍ବ ଶତ୍ରୁତାକୁ ନେଇ ଏହି ବୋମା ମାଡ଼ ହୋଇଛି। ଦୀପକ ଖୁଣ୍ଟିଆ ଓ ତା’ର ଦୁଇ ଜଣ ସାଙ୍ଗ କଲେଜ ଛକ ଆଡ଼କୁ ଯାଉଥିବା ବେଳେ ରାଜା ସ୍ୱାଇଁ ଓ ତା’ର ସାଥୀମାନେ ସେମାନଙ୍କୁ ବଟାଳୀରେ ଆକ୍ରମଣ କରି ଥିଲେ। ଦୀପକ ଓ ତା’ ସାଙ୍ଗମାନେ ଏହାର ବିରୋଧ କରିଥିଲେ। ଦୀପକ ପକ୍ଷରୁ ଦୁଇଟି ବୋମା ପକାଯାଇଥିଲା। ରାଜାଠାରୁ ଗୋଟିଏ ଜୀବନ୍ତ ବୋମା ଜବତ କରାଯାଇଛି। ଏମାନଙ୍କ ନାଁରେ ପୂର୍ବରୁ ବି ମାମଲା ରହିଛି। ୨ ଜଣଙ୍କୁ ଗିରଫ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ
ପରିବାର ଲୋକେ ଖବର ପାଇ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ।
Crime
୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ୫୫ ବର୍ଷୀୟ ବ୍ୟକ୍ତି ଗିରଫ
ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ତା’ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Crime
ଶିଶୁ ବିକ୍ରି ଘଟଣା: ନିଲମ୍ବିତ ଏଏନ୍ଏମ୍ ଗିରଫ, ଆଉ ୨ ଜଣଙ୍କୁ ବି ବାନ୍ଧିଲା ପୁଲିସ
ଏହି ଘଟଣାରେ ନିଜେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରାଉଣ୍ଡଜିରୋକୁ ଯାଇ ଘଟଣାର ତନାଘନା କରିଥିଲେ।
Crime
ବବିଙ୍କ ଭାଇ ଭବଙ୍କ ନାଁରେ ମାମଲା ରୁଜୁ
ଦୁଇ ଦିନ ତଳେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ବିବାଦୀୟ ହୋଇପଡ଼ିଥିବା ବବିଙ୍କ ଭାଇଙ୍କ ବିରୋଧରେ ଜଣେ ପରିବା ବ୍ୟବସାୟୀ ଦେଇଥିଲେ ଏତଲା।