ମୋବାଇଲ ଦୋକାନ ଉପରେ ବୋମା ମାଡ଼, ୪ ଗୁରୁତର

ପୁରୀ: ପୁରୀ ଦରଜୀ ବଜାର ଛକରେ ଥିବା ଏକ ମୋବାଇଲ ଦୋକାନ ଉପରେ ଆଜି ସନ୍ଧ୍ୟା ବେଳେ ବୋମା ମାଡ଼ ହୋଇଛି। ଫଳରେ ଦୋକାନରେ ବସିଥିବା ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ କେଉଁ କାରଣରୁ ବୋମା ମାଡ଼ ହୋଇଛି ତାହା ଜଣାପଡ଼ିନି। ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।