ପୁରୀ: ଲଜ୍‌ ମାଲିକଙ୍କୁ ଗୋଡାଇ ଗୋଡ଼ାଇ ହତ୍ୟା

ପୁରୀ: କଚେରୀ ବଜାର ‘ସାଇ କୁଟୀର’ ଲଜର ମାଲିକ ଚନ୍ଦନ ବେହେରାଙ୍କୁ ଆଜି ସନ୍ଧ୍ୟାରେ ଦୁଇ ଜଣ ଦୁବୃର୍ତ୍ତ ଗୋଡାଇ ଗୋଡ଼ାଇ ହତ୍ୟା କରିଛନ୍ତି। ଏହି ଘଟଣାରେ ଚନ୍ଦନଙ୍କର ଜଣେ କର୍ମଚାରୀ କୃଷ୍ଣ ଗୁରୁତର ଆହତ ହୋଇଛନ୍ତି। ସି-ବିଚ୍‌ ଥାନା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। କେଉଁ କାରଣରୁ ଚନ୍ଦନଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡ଼ିନି। ଆହତ କୃଷ୍ଣଙ୍କୁ ପୋଲିସ୍‌ ଅଟକ ରଖି ପଚରାଉଚରା ଚଳାଇଛି। ଆଜି ସଧ୍ୟା […]

hotel maleka death

hotel maleka death

Rakesh Mallick
  • Published: Sunday, 08 January 2017
  • Updated: 07 February 2017, 08:37 PM IST

Sports

Latest News

ପୁରୀ: କଚେରୀ ବଜାର ‘ସାଇ କୁଟୀର’ ଲଜର ମାଲିକ ଚନ୍ଦନ ବେହେରାଙ୍କୁ ଆଜି ସନ୍ଧ୍ୟାରେ ଦୁଇ ଜଣ ଦୁବୃର୍ତ୍ତ ଗୋଡାଇ ଗୋଡ଼ାଇ ହତ୍ୟା କରିଛନ୍ତି। ଏହି ଘଟଣାରେ ଚନ୍ଦନଙ୍କର ଜଣେ କର୍ମଚାରୀ କୃଷ୍ଣ ଗୁରୁତର ଆହତ ହୋଇଛନ୍ତି। ସି-ବିଚ୍‌ ଥାନା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

କେଉଁ କାରଣରୁ ଚନ୍ଦନଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡ଼ିନି। ଆହତ କୃଷ୍ଣଙ୍କୁ ପୋଲିସ୍‌ ଅଟକ ରଖି ପଚରାଉଚରା ଚଳାଇଛି।

ଆଜି ସଧ୍ୟା ସାଢ଼େ ୭ଟାରେ ଚନ୍ଦନ ଓ କୃଷ୍ଣ ସ୍କୁଟିରେ ଲଜକୁ ଆସୁଥିଲେ। ପୂର୍ବରୁ ଗେଟ୍‌ ପାଖରେ ଛପି ରହିଥିବା ଦୁଇ ଜଣ ଦୁର୍ବୃତ୍ତ ଖଣ୍ଡାରେ ସେମାନଙ୍କୁ ଆକ୍ରମଣ କରିଥିଲେ। ଚନ୍ଦନ ଜୀବନ ବିକଳରେ ଦୌଡୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲେ।

ଚନ୍ଦନଙ୍କ ଘର ବାଲେଶ୍ୱର ଭୋଗରାଇ ଅଞ୍ଚଳରେ। ସେ ହୋଟେଲ ବ୍ୟବସାୟ ସହିତ ଜଡ଼ିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos