ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ପ୍ରଧାନଶିକ୍ଷକ ଗିରଫ

ରାଇରଙ୍ଗପୁର: ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ମୟୂରଭଞ୍ଜ ଜିଲ୍ଲାର ଏକ ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ଶତ୍ରୁଘ୍ନ ପାତ୍ରଙ୍କୁ ଆଜି ପୋଲିସ ଗିରଫ କରିଛି। ଆଶ୍ରମ ସ୍କୁଲର ୮ ଜଣ ଛାତ୍ରୀ ପ୍ରଧାନଶିକ୍ଷକଙ୍କ ବିରୋଧରେ ଡିବ୍ଲ୍ୟୁଓ କୃପାସିନ୍ଧୁ ବେହେରାଙ୍କ ପାଖରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଡିବ୍ଲ୍ୟୁଓ ଗ୍ରାମାଞ୍ଚଳ ଥାନାରେ ପ୍ରଧାନଶିକ୍ଷକଙ୍କ ବିରୋଧରେ ଏତଲା ଦେଇଥିଲେ।