ରାଜା ମୃତ୍ୟୁ ଘଟଣା: ପ୍ରଳୟ ଓ ଧନେଶ୍ୱରକୁ ଚାଲିଛି ପଚରାଉଚରା

ସୋର: ଟିଭି କଳାକାର ରାଜା ଓରଫ୍ ରଣଜିତ୍ ପଟ୍ଟନାୟକଙ୍କ ମୃତ୍ୟୁ ଘଟଣାର ପୋଲିସର ତଦନ୍ତ ଜାରି ରହିଛି। କେଉଁ ପରିସ୍ଥିତିରେ ରାଜାଙ୍କର ମୃତ୍ୟୁ ହେଲା। ଏହା ଦୁର୍ଘଟଣା ନା ହତ୍ୟାକାଣ୍ଡ ସୋର ଥାନା ପୋଲିସ ଏ ନେଇ  ତନାଘନା ଚଳାଇଛି। ପୋଲିସ ଅଭିନେତା ପ୍ରଳୟ ଜେନା ଓ ଗାଡି ଚାଳକ ଧନେଶ୍ୱରକୁ ଥାନାକୁ ନେଇ ପଚରାଉଚରା କରୁଛି। ଅନ୍ୟପକ୍ଷେ ଅଭିନେତ୍ରୀ ପ୍ରଲିପ୍ତା ପ୍ରିୟଦର୍ଶନୀ ସାମଲ (ଜେସି)ଙ୍କ କୌଣସି ସନ୍ଧାନ ପାଉ ନ ଥିବା ପୋଲିସ କହିଛି। ସୋର […]

raja

raja

Rakesh Mallick
  • Published: Thursday, 11 February 2016
  • Updated: 11 February 2016, 04:35 PM IST

Sports

Latest News

ସୋର: ଟିଭି କଳାକାର ରାଜା ଓରଫ୍ ରଣଜିତ୍ ପଟ୍ଟନାୟକଙ୍କ ମୃତ୍ୟୁ ଘଟଣାର ପୋଲିସର ତଦନ୍ତ ଜାରି ରହିଛି। କେଉଁ ପରିସ୍ଥିତିରେ ରାଜାଙ୍କର ମୃତ୍ୟୁ ହେଲା। ଏହା ଦୁର୍ଘଟଣା ନା ହତ୍ୟାକାଣ୍ଡ ସୋର ଥାନା ପୋଲିସ ଏ ନେଇ  ତନାଘନା ଚଳାଇଛି। ପୋଲିସ ଅଭିନେତା ପ୍ରଳୟ ଜେନା ଓ ଗାଡି ଚାଳକ ଧନେଶ୍ୱରକୁ ଥାନାକୁ ନେଇ ପଚରାଉଚରା କରୁଛି। ଅନ୍ୟପକ୍ଷେ ଅଭିନେତ୍ରୀ ପ୍ରଲିପ୍ତା ପ୍ରିୟଦର୍ଶନୀ ସାମଲ (ଜେସି)ଙ୍କ କୌଣସି ସନ୍ଧାନ ପାଉ ନ ଥିବା ପୋଲିସ କହିଛି। ସୋର ପୋଲିସର ୩ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି।

ଗତକାଲି ଜେରା ପାଇଁ ଜେସି, ଅଭିନେତା ପ୍ରଳୟ ଓ ଗାଡି ଚାଳକ ଧନେଶ୍ୱରଙ୍କୁ ବୁଧବାର ସୋର ଥାନାକୁ ଡକାଇଥିଲା। ହେଲେ ସେମାନେ କୌଣସି କାରଣରୁ ହାଜର ହୋଇପାରି  ନ ଥିଲେ। ଆଜି ଏମାନଙ୍କୁ ହାଜର ହେବାକୁ କୁହାଯାଇଥିଲା।

 ଦୁର୍ଘଟଣା ନୁହେଁ ବରଂ ରାଜାଙ୍କୁ  ହତ୍ୟା କରାଯାଇଥିବା ନେଇ ତାଙ୍କ ଦାଦା ଅମୀୟ ପଟ୍ଟନାୟକ ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ରାଜା ବାଲେଶ୍ୱର ଖଇରା ବ୍ଳକ୍ ମାଖନପୁର ପଞ୍ଚାୟତର ତରାଙ୍କ ଟିପିସିଗଢ଼ିଆ ନିକଟରେ ଚାଲିଥିବା  କଳିଙ୍ଗକନ୍ୟା ଗଣନାଟ୍ୟରେ ଅଭିନୟ ପାଇଁ ଗତ ୭ ତାରିଖ ରାତିରେ ଯାଇଥିଲେ। ବିଳମ୍ୱିତ ରାତିରେ ସେ ଓ ତାଙ୍କ ସହଯୋଗୀ ଏକ କାର୍‌ରେ ଫେରୁଥିଲେ। ହେଲେ ଚପରପଦା ବ୍ରିଜ୍ ନିକଟରେ ଗାଡି ରହିବା ପରେ ରାଜା ରାସ୍ତାକଡ଼କୁ ଯାଇଥିବା ବେଳେ ତଳକୁ ଖସିପଡ଼ିଥିବା ତାଙ୍କ ସହ ଥିବା ସହଯୋଗୀମାନେ କହିଥିଲେ। ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ନିଆଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos