ଭୁବନେଶ୍ୱର ସିରିଜ୍‌ ଆଟାକ୍‌ ଘଟଣା: ତୃତୀୟ ଅଭିଯୁକ୍ତର ଆତ୍ମସମର୍ପଣ

ଭୁବନେଶ୍ୱର: ରାଜଧାନୀରେ ଆତଙ୍କ ଖେଳାଇଥିବା ତଣ୍ଟିକଟା ପଲସର ଗ୍ୟାଙ୍ଗର ତୃତୀୟ ଅଭିଯୁକ୍ତ ଭରତ ପଣ୍ଡା ଆଜି ଭୁବନେଶ୍ୱର ଡିସିପି ଅଫିସ୍‌ରେ ଆତ୍ମସମର୍ପଣ କରିଛି। ରବିବାର ରାତିରେ ଭରତ ତାଙ୍କ ସହଯୋଗୀ ଅମିତ ମହାପାତ୍ର ଓ ଆଶିଷ ବେହେରାଙ୍କ ସହିତ ଏକ ନମ୍ୱର ବିହୀନ କଳା ପଲସରରେ ବରମୁଣ୍ଡା-ଶିରିପୁର ରାସ୍ତାରେ ଆତଙ୍କ ଖେଳାଇଥିଲେ। ସେମାନେ ଏକ ଖୁରରେ ରାସ୍ତାରେ ଯାଉଥିବା ବାଇକ୍‌ ଓ ଚାରିଚକିଆ ଯାନ ଯାତ୍ରୀଙ୍କୁ ଆକ୍ରମଣ କରି ଲୁଟ୍‌ କରିଥିଲେ। ଫଳରେ ୭ ଜଣ ଆହତ […]

attack

attack

Rakesh Mallick
  • Published: Tuesday, 15 November 2016
  • Updated: 15 November 2016, 09:34 PM IST

Sports

Latest News

ଭୁବନେଶ୍ୱର: ରାଜଧାନୀରେ ଆତଙ୍କ ଖେଳାଇଥିବା ତଣ୍ଟିକଟା ପଲସର ଗ୍ୟାଙ୍ଗର ତୃତୀୟ ଅଭିଯୁକ୍ତ ଭରତ ପଣ୍ଡା ଆଜି ଭୁବନେଶ୍ୱର ଡିସିପି ଅଫିସ୍‌ରେ ଆତ୍ମସମର୍ପଣ କରିଛି।

ରବିବାର ରାତିରେ ଭରତ ତାଙ୍କ ସହଯୋଗୀ ଅମିତ ମହାପାତ୍ର ଓ ଆଶିଷ ବେହେରାଙ୍କ ସହିତ ଏକ ନମ୍ୱର ବିହୀନ କଳା ପଲସରରେ ବରମୁଣ୍ଡା-ଶିରିପୁର ରାସ୍ତାରେ ଆତଙ୍କ ଖେଳାଇଥିଲେ। ସେମାନେ ଏକ ଖୁରରେ ରାସ୍ତାରେ ଯାଉଥିବା ବାଇକ୍‌ ଓ ଚାରିଚକିଆ ଯାନ ଯାତ୍ରୀଙ୍କୁ ଆକ୍ରମଣ କରି ଲୁଟ୍‌ କରିଥିଲେ। ଫଳରେ ୭ ଜଣ ଆହତ ହୋଇଥିଲେ।

ଘଟଣା ଦିନ ରାତିରେ ଅମିତକୁ ପୋଲିସ୍‌ ଧରିଥିବା ବେଳେ ଗତକାଲି ଆଶିଷକୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos