ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲା: ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କଲା ସିବିଆଇ

ଭୁବନେଶ୍ୱର: ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛି। କମ୍ପାନୀର ଚେୟାରମ୍ୟାନ ଓ ଏମଡିଙ୍କ ନାଁରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। ଏହାସହ କମ୍ପାନୀର ୨ ନିର୍ଦ୍ଦେଶକଙ୍କ ସେମତ ୩ଟି କମ୍ପାନୀ ନାଁରେ ବି ଚାର୍ଜସିଟ ଦାଖଲ ହୋଇଛି। ୮୬ ପୃଷ୍ଠାର ଚାର୍ଜସିଟରେ ମୋଟ ୧୭ ହଜାର କୋଟି ଟଙ୍କ।ର ଠକେଇ ଅଭିଯୋଗ ରହିଛି। ଏଥିରୁ ୪୫୦ କୋଟି ଟଙ୍କା କେବଳ ଓଡିଶାରୁ ଠକେଇ ହୋଇଥିବା ସୂଚନା ମିଳିଛି। […]

Chit-Fund

Chit-Fund

Rakesh Mallick
  • Published: Thursday, 07 January 2016
  • Updated: 07 January 2016, 01:51 PM IST

Sports

Latest News

ଭୁବନେଶ୍ୱର: ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛି। କମ୍ପାନୀର ଚେୟାରମ୍ୟାନ ଓ ଏମଡିଙ୍କ ନାଁରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। ଏହାସହ କମ୍ପାନୀର ୨ ନିର୍ଦ୍ଦେଶକଙ୍କ ସେମତ ୩ଟି କମ୍ପାନୀ ନାଁରେ ବି ଚାର୍ଜସିଟ ଦାଖଲ ହୋଇଛି।

୮୬ ପୃଷ୍ଠାର ଚାର୍ଜସିଟରେ ମୋଟ ୧୭ ହଜାର କୋଟି ଟଙ୍କ।ର ଠକେଇ ଅଭିଯୋଗ ରହିଛି। ଏଥିରୁ ୪୫୦ କୋଟି ଟଙ୍କା କେବଳ ଓଡିଶାରୁ ଠକେଇ ହୋଇଥିବା ସୂଚନା ମିଳିଛି।

ଚାର୍ଜସିଟରେ ରୋଜଭ୍ୟାଲି ଅଧ୍ୟକ୍ଷ ଗୌତମ କୁଣ୍ଡୁ, ଏମଡି ଶିବମୟ ଦତ୍ତ, ଦୁଇ ନିର୍ଦ୍ଦେଶକ ଅଶୋକ କୁମାର ସାହା ଓ ରାମଲାଲ ଗୋସ୍ୱାମୀଙ୍କ ନାଁ ରହିଛି। ଅଭିଯୁକ୍ତଙ୍କ ବିରୋଧରେ ୧୨୦-ବି ଅର୍ଥାତ ଅପରାଧିକ ଷଡ଼ଯନ୍ତ୍ର, ୪୨୦- ଠକେଇ, ପ୍ରାଇସ ଚିଟ୍ ମନି ସକୁର୍ଲେସନ୍ ଦଫା ଲାଗିଛି। ସିବିଆଇ ଅନୁସନ୍ଧାନ ଅନୁଯାୟୀ, ୧୯୯୭ରୁ ସଂସ୍ଥା ତା’ର କାରବାର ଆରମ୍ଭ କରିଥିଲା। ଏହି ଗ୍ରୁପରେ ମୋଟ ୨୪ଟି କମ୍ପାନୀ ରହିଛି। ସାରାଦେଶରେ ସଂସ୍ଥାର ୨୩ରୁ ଅଧିକ ହୋଟେଲ ରହିଛି। ଏପରି କି ଆଇପିଏଲରେ ରୋଜଭ୍ୟାଲି ଟଙ୍କା ଲଗାଇଥିବା ସିବିଆଇ ସୂତ୍ରରୁ ଜଣାପଡ଼ିଛି। ଆଇନ୍ ଉଲ୍ଲଂଘନ କରି ରୋଜଭ୍ୟାଲି କାରବାର ଚଳାଇଥିବା ସିବିଆଇ ଚାର୍ଜସିଟରେ ଦର୍ଶାଇଛି। ଓଡ଼ିଶାର ୨୮ ଜିଲ୍ଲାରେ ରୋଜଭ୍ୟାଲି କାରବାର କରୁଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି। ଚାର୍ଜସିଟରେ ସିବିଆଇ ମୋଟ୍ ୨୫୭ଟି ଡକ୍ୟୁମେଣ୍ଟ ଦାଖଲ କରିଛି। ଏଥିରେ ୧୩୧ ଜଣ ସାକ୍ଷୀ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos