ସମ୍ବଲପୁର: ଭାଇକୁ ଗୁଳିକରି ହତ୍ୟା କଲା ଭାଇ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ନାକଟୀଦେଉଳ କୁଟିସିଙ୍ଗା ଗାଁରେ ବାଛୁରୀ ଧାନ ଖାଇବାକୁ ନେଇ ସାନ ଭାଇ ଗୁଳିମାଡ଼ରେ ଆଜି ବଡ଼ ଭାଇର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବୀରବର ମୁଣ୍ଡା। ବୀରବରଙ୍କ ବାଛୁରୀ ସାନ ଭାଇ ଧୀର ମୁଣ୍ଡାର ଖଳାରେ ପଶି ଧାନ ଖାଇ ଦେବାରୁ ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଧୀର ବଡ଼ ଭାଇ ଉପରକୁ ଗୁଳି ଚଳାଇଥିଲା। ବଡ଼ ଭାଇକୁ ଗୁଳି ମାରିବା ପରେ ଧୀର […]

samlpur

Rakesh Mallick
  • Published: Wednesday, 16 November 2016
  • , Updated: 16 November 2016, 10:56 PM IST

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ନାକଟୀଦେଉଳ କୁଟିସିଙ୍ଗା ଗାଁରେ ବାଛୁରୀ ଧାନ ଖାଇବାକୁ ନେଇ ସାନ ଭାଇ ଗୁଳିମାଡ଼ରେ ଆଜି ବଡ଼ ଭାଇର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବୀରବର ମୁଣ୍ଡା।

ବୀରବରଙ୍କ ବାଛୁରୀ ସାନ ଭାଇ ଧୀର ମୁଣ୍ଡାର ଖଳାରେ ପଶି ଧାନ ଖାଇ ଦେବାରୁ ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଧୀର ବଡ଼ ଭାଇ ଉପରକୁ ଗୁଳି ଚଳାଇଥିଲା।

ବଡ଼ ଭାଇକୁ ଗୁଳି ମାରିବା ପରେ ଧୀର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା।

ଖବର ପାଇ ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଏକ ଦେଶୀ ବନ୍ଧୁକ ଜବତ କରିଛି।

Related story