ଋଣ ଶୁଝି ନ ପାରିବାରୁ ଚାଷୀଙ୍କୁ ମହାଜନଙ୍କ ହତ୍ୟା ଅଭିଯୋଗ

ସମ୍ବଲପୁର: ଋଣ ଶୁଝି ନ ପାରିବାରୁ ଜଣେ ଚାଷୀଙ୍କୁ ମହାଜନ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ହୀରାକୁଦ ଥାନା ଅନ୍ତର୍ଗତ ମହମ୍ମଦପୁର ଗାଁରେ। ମୃତ ଚାଷୀ ଜଣଙ୍କ ହେଲେ ନନ୍ଦୁ ରୋହିଦାସ। ତାଙ୍କୁ ମହାଜନ ବିରୁପାକ୍ଷ ପଣ୍ଡା ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବୁର୍ଲା ମେଡିକାଲକୁ ପଠାଇ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।