ସମ୍ବଲପୁର: ଏମସିଏଲ କର୍ପୋରେଟ ଅଫିସ ମୁଖ୍ୟ ଫାଟକ ଆଗରେ ସଂଘଟିତ ଗୁଳିକାଣ୍ଡର ମିଳିଲା ସିସିଟିଭି ଫୁଟେଜ

ସମ୍ବଲପୁର: ବୁର୍ଲାସ୍ଥିତ ଏମସିଏଲ କର୍ପୋରେଟ ଅଫିସ ମୁଖ୍ୟ ଫ।ଟକ ଆଗରେ ଗତ ତିନିମାସ ତଳେ ସଂଘଟିତ ଗୁଳିକାଣ୍ଡ ଘଟଣାର ସିସିଟିଭି ଫୁଟେଜ ଓଟିଭିକୁ ମିଳିଛି । ଏଥିରେ ଜଣେ ଘରୋଇ ସିକ୍ୟୁରିଟି ଗାର୍ଡ, ଏମସିଏଲ ସିକ୍ୟୁରିଟି ସୁପରଭାଇଜର ବିଶ୍ୱଜିତ ବିଶ୍ୱାସଙ୍କ ଉପରକୁ ଗୁଳି ଚଳାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଗୁଳି ଚଳାଇଥିବା ଅଭିଯୁକ୍ତ ହେଉଛନ୍ତି ଏକ ଘରୋଇ ସଂସ୍ଥାର ସିକ୍ୟୁରିଟି ଗାର୍ଡ ବିନୋଦ ବିହାରୀ ତ୍ରିପାଠୀ। ଗୁଳି ବାଜିଥିବା ବ୍ୟକ୍ତି ହେଉଛନ୍ତି ଏମସିଏଲ୍ ସିକ୍ୟୁରିଟି ସୁପରଭାଇଜର […]

smb

smb

Rakesh Mallick
  • Published: Tuesday, 15 September 2015
  • , Updated: 15 September 2015, 01:33 PM IST

smbସମ୍ବଲପୁର: ବୁର୍ଲାସ୍ଥିତ ଏମସିଏଲ କର୍ପୋରେଟ ଅଫିସ ମୁଖ୍ୟ ଫ।ଟକ ଆଗରେ ଗତ ତିନିମାସ ତଳେ ସଂଘଟିତ ଗୁଳିକାଣ୍ଡ ଘଟଣାର ସିସିଟିଭି ଫୁଟେଜ ଓଟିଭିକୁ ମିଳିଛି । ଏଥିରେ ଜଣେ ଘରୋଇ ସିକ୍ୟୁରିଟି ଗାର୍ଡ, ଏମସିଏଲ ସିକ୍ୟୁରିଟି ସୁପରଭାଇଜର ବିଶ୍ୱଜିତ ବିଶ୍ୱାସଙ୍କ ଉପରକୁ ଗୁଳି ଚଳାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଗୁଳି ଚଳାଇଥିବା ଅଭିଯୁକ୍ତ ହେଉଛନ୍ତି ଏକ ଘରୋଇ ସଂସ୍ଥାର ସିକ୍ୟୁରିଟି ଗାର୍ଡ ବିନୋଦ ବିହାରୀ ତ୍ରିପାଠୀ। ଗୁଳି ବାଜିଥିବା ବ୍ୟକ୍ତି ହେଉଛନ୍ତି ଏମସିଏଲ୍ ସିକ୍ୟୁରିଟି ସୁପରଭାଇଜର ବିଶ୍ୱଜିତ୍ ବିଶ୍ୱାସ। ବିନୋଦ ଗୁଳି ଚଳାଇବା ପରେ ଅନ୍ୟ ସିକ୍ୟୁରିଟି ଗାର୍ଡମାନେ ତାଙ୍କୁ କାବୁ କରିନେଇଥିଲେ। ତେବେ ପରେ ତାଙ୍କୁ ଛାଡି ଦେଇଥିଲେ। ବିଶ୍ୱଜିତ୍ ଛଟପଟ୍ ହୋଇ ସେଠାରେ ମୃତ୍ୟୁବରଣ କରିଥିଲେ ମଧ୍ୟ କେହି ତାଙ୍କୁ ହସ୍ପିଟାଲ ନେବାକୁ ଉଦ୍ୟମ କରି ନ ଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି । ଅନ୍ୟପକ୍ଷେ ଘଟଣାକୁ ତିନିମାସ ବିତି ଯାଇଥିଲେ ବି ପୋଲିସ୍ ଏଯାଏଁ ଅଭିଯୁକ୍ତକୁ ଧରିବାକୁ ସକ୍ଷମ ହୋଇନାହିଁ ।

Related story