ସମ୍ବଲପୁର ଠେଲକୁଲି ଭୂଷଣ ପ୍ଲାଣ୍ଟରେ ଠିକା ଶ୍ରମିକଙ୍କ ମଧ୍ୟରେ ଗଣ୍ଡଗୋଳ, ୨ ମୃତ

ସମ୍ୱଲପୁର: ଠେଲକୁଲି ଭୂଷଣ ପ୍ଲାଣ୍ଟରେ ବୁଧବାର ଠିକା ଶ୍ରମିକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ଅନ୍ୟ ଦୁଇଜଣ ଶ୍ରମିକ ଆହତ ହୋଇଛନ୍ତି। ଆଜି ପ୍ରଥମେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ନାଁ ସୁରଥ ଷଣ୍ଢ। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ଗୁରୁତର ଆହତ ହୋଇଥିବା ଲଳିତ ମିର୍ଦ୍ଧା ନାମକ ଅନ୍ୟଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।