ସାରଥୀଙ୍କୁ ଇଡିର ଜେରା

ଭୁବନେଶ୍ୱର: ସନ୍ତୋଷ ରାଉଳ ଓରଫ ସାରଥୀଙ୍କୁ ଆଜି ପୁଣି ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଇଡିର ଏକ ୫ ଜଣିଆ ଟିମ୍ ଚୌଦ୍ୱାର ଜେଲ୍‌ରେ ତାଙ୍କୁ ପଚରାଉଚରା କରିଥିଲେ। ତାଙ୍କର ଆର୍ଥିକ କାରବାର ନେଇ ପଚରାଉଚରା କରାଯାଇଥିଲା। ତାଙ୍କ ଆଶ୍ରମକୁ କିପରି ଓ କେତେ ଟଙ୍କା ଆସିଥିଲା, ଫାଉଣ୍ଡେସନ୍ ନାଁରେ କେତେ ଟଙ୍କା ଜମା ହୋଇଛି, ବିଦେଶରୁ କେତେ ଫଣ୍ଡିଂ ଆସିଛି, ଜମିଜମା ବାବଦରେ କେତେ ଟଙ୍କା ବିନିଯୋଗ ହୋଇଛି ସେ ସବୁ ସଂପର୍କରେ ଇଡି […]

vlcsnap-2015-08-15-19h15m03s079

vlcsnap-2015-08-15-19h15m03s079

Rakesh Mallick
  • Published: Monday, 16 January 2017
  • Updated: 16 January 2017, 07:58 PM IST

ଭୁବନେଶ୍ୱର: ସନ୍ତୋଷ ରାଉଳ ଓରଫ ସାରଥୀଙ୍କୁ ଆଜି ପୁଣି ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଇଡିର ଏକ ୫ ଜଣିଆ ଟିମ୍ ଚୌଦ୍ୱାର ଜେଲ୍‌ରେ ତାଙ୍କୁ ପଚରାଉଚରା କରିଥିଲେ। ତାଙ୍କର ଆର୍ଥିକ କାରବାର ନେଇ ପଚରାଉଚରା କରାଯାଇଥିଲା। ତାଙ୍କ ଆଶ୍ରମକୁ କିପରି ଓ କେତେ ଟଙ୍କା ଆସିଥିଲା, ଫାଉଣ୍ଡେସନ୍ ନାଁରେ କେତେ ଟଙ୍କା ଜମା ହୋଇଛି, ବିଦେଶରୁ କେତେ ଫଣ୍ଡିଂ ଆସିଛି, ଜମିଜମା ବାବଦରେ କେତେ ଟଙ୍କା ବିନିଯୋଗ ହୋଇଛି ସେ ସବୁ ସଂପର୍କରେ ଇଡି ଅଧିକାରୀମା ଜେରା କରିଥିଲେ। ଏହା ସହିତ ରାଜ୍ୟ ଓ ରାଜ୍ୟ ବାହାରେ ସାରଥୀଙ୍କ ସଂପତ୍ତି ନେଇ ମଧ୍ୟ ଜେରା କରାଯାଇଛି।

ଏହା ପୂର୍ବରୁ ବି ଇଡି ପକ୍ଷରୁ ଚୌଦ୍ୱାର ଜେଲ୍‌ରେ ସାରଥୀଙ୍କୁ ପଚରାଉଚରା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos