ସୋନପୁର: ଭିଜିଲାନ୍ସ ଜାଲରେ ତହସିଲ୍ କିରାଣି
ସୋନ୍ପୁର: ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ସୋନପୁର ଜିଲ୍ଲା ବୀରମହାରାଜପୁର ତହସିଲ କିରାଣି କପିଳେନ୍ଦ୍ର ତ୍ରିପାଠୀ। ଏକ ମ୍ୟୁଟେସନ୍ କେସ୍ ପାଇଁ ଲଳିତ ପଣ୍ଡାଙ୍କଠାରୁ କପିଳେନ୍ଦ୍ର ୧୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ଲଳିତ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ମୁତାବକ ଲଳିତ ଆଜି ଟଙ୍କା ନେଇ କପିଳେନ୍ଦ୍ରଙ୍କୁ ଦେଇଥିଲେ। ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିବା ସହ ରସାୟନ ବୋଳା ଟଙ୍କା ଜବତ କରିଥିଲେ।
ସୋନ୍ପୁର: ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ସୋନପୁର ଜିଲ୍ଲା ବୀରମହାରାଜପୁର ତହସିଲ କିରାଣି କପିଳେନ୍ଦ୍ର ତ୍ରିପାଠୀ। ଏକ ମ୍ୟୁଟେସନ୍ କେସ୍ ପାଇଁ ଲଳିତ ପଣ୍ଡାଙ୍କଠାରୁ କପିଳେନ୍ଦ୍ର ୧୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ଲଳିତ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।
ପୂର୍ବ ଯୋଜନା ମୁତାବକ ଲଳିତ ଆଜି ଟଙ୍କା ନେଇ କପିଳେନ୍ଦ୍ରଙ୍କୁ ଦେଇଥିଲେ। ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିବା ସହ ରସାୟନ ବୋଳା ଟଙ୍କା ଜବତ କରିଥିଲେ।