ଟାଙ୍ଗିଆରେ ହାଣି ବୃଦ୍ଧାଙ୍କୁ ହତ୍ୟା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନା ତଲସରା କଲୋନୀର ରଞ୍ଜନ କାଲୋ ନାକ ଜଣେ ଯୁବକ ଉନ୍ମୋକ୍ତ କାଣ୍ଡ ଘଟାଇଛନ୍ତି। ଗତକାଲି ରାତିରେ ରଞ୍ଜନ ତାଙ୍କ ବାପା ଓ ମାଆଙ୍କୁ ମାଡ଼ ମାରିଥିବା ବେଳେ ଆଜି ସକାଳେ ଜଣେ ବୃଦ୍ଧାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ ଥାନାରେ ଏତଲା ହେବା ପରେ ପୋଲିସ୍‌ ରଞ୍ଜନକୁ ଅଟକ ରଖି ପଚରାଉଚରା ଚଳାଇଛି। ଗତକାଲି ରାତିରେ ରଞ୍ଜନ ତାଙ୍କ ସ୍ତ୍ରୀକୁ ମାରପିଟ କରୁଥିଲେ। ଏହି […]

sundragara

sundragara

Rakesh Mallick
  • Published: Monday, 09 January 2017
  • Updated: 09 January 2017, 04:13 PM IST

Sports

Latest News

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନା ତଲସରା କଲୋନୀର ରଞ୍ଜନ କାଲୋ ନାକ ଜଣେ ଯୁବକ ଉନ୍ମୋକ୍ତ କାଣ୍ଡ ଘଟାଇଛନ୍ତି। ଗତକାଲି ରାତିରେ ରଞ୍ଜନ ତାଙ୍କ ବାପା ଓ ମାଆଙ୍କୁ ମାଡ଼ ମାରିଥିବା ବେଳେ ଆଜି ସକାଳେ ଜଣେ ବୃଦ୍ଧାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ ଥାନାରେ ଏତଲା ହେବା ପରେ ପୋଲିସ୍‌ ରଞ୍ଜନକୁ ଅଟକ ରଖି ପଚରାଉଚରା ଚଳାଇଛି।

ଗତକାଲି ରାତିରେ ରଞ୍ଜନ ତାଙ୍କ ସ୍ତ୍ରୀକୁ ମାରପିଟ କରୁଥିଲେ। ଏହି ସମୟରେ ରଞ୍ଜନଙ୍କୁ ତାଙ୍କ ବାପା ଓ ମାଆ ବିରୋଧ କରିବାରୁ ଚୂଲି ଫୁଙ୍କା ନଳୀରେ ସେମାନଙ୍କୁ ରଞ୍ଜନ ମାଡ଼ ମାରିଥିଲେ। ଆଜି ସକାଳେ ସେ ପଡୋଶୀ ସୁକମତୀ ବାରିକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ରଞ୍ଜନଙ୍କ ବାପା ଓ ମାଆଙ୍କୁ ଗୁରୁତ ଅବସ୍ଥାରେ ସୁନ୍ଦରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos