ଯାଜପୁରରୁ ୪ ଟ୍ରକ ଲୁଟେରା ଗିରଫ

ଯାଜପୁର: ୪ ଜଣ ଟ୍ରକ ଲୁଟେରାଙ୍କୁ ଯାଜପୁର ଜିଲ୍ଲା ବଡ଼ଚଣା ପୋଲିସ ଗିରଫ କରିଛି। ଚୋରି ହୋଇଥିବା ଏକ ଟ୍ରକ ସହ ଚୋରିରେ ବ୍ୟବହୃତ ଏକ ଅଟୋ ଏବଂ ୨ଟି ବାଇକକୁ ପୋଲିସ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଧାନମଣ୍ଡଳର ପିକନ୍ ଦାସ, ସୁଭଦ୍ରାପୁରର ବାଦଲ ଦେହୁରୀ, କଅଁରପୁରର ଛବିନ୍ଦ୍ର ନାୟକ ଏବଂ ଶମ୍ବୁନାଥ ନାୟକ। ଏହି ଘଟଣାରେ ଆହୁରି ୫-୬ ଜଣ ଲୁଟେରା ସାମିଲ ଥିବା ବଡ଼ଚଣା ଥାନା ଅଧିକାରୀ କହିଛନ୍ତି।