ଆଠଗଡ଼: ଏକ ଆନ୍ତଃରାଜ୍ୟ ଟ୍ରକ୍ ଲୁଟେରା ଗ୍ୟାଙ୍ଗର ମୁଖ୍ୟ ସହ ଆଉ ୩ ଜଣଙ୍କୁ ଗିରଫ କରିଛି ଚୌଦ୍ୱାର ପୋଲିସ୍। ଚଣ୍ଡିଖୋଲ ସ୍ଥିତ ଏକ ପେଟ୍ରୋଲ୍ ପମ୍ପ ନିକଟରୁ ସେମାନଙ୍କୁ ଗିରଫ କରିଛି ପୋଲିସ୍।
ଅଭିଯୁକ୍ତମାନଙ୍କଠାରୁ ଏକ ଚୋରା ଟ୍ରକ୍ ସହ ୧୨ ଲକ୍ଷ ଟଙ୍କାର କ୍ରୋମ୍ ଜବତ କରିଛି ପୋଲିସ୍। ଏଥିସହ ସେମାନଙ୍କଠାରୁ ଜାଲ୍ ନମ୍ବର ପ୍ଲେଟ୍, ଆର୍ସି ବୁକ୍ ଓ ଡ୍ରାଇଭିଂ ଲାଇସେନ୍ସ ଆଦି ଜବତ କରାଯାଇଛି।
ଚୌଦ୍ୱାର ସ୍ଥିତ ମା‘ ମଙ୍ଗଳା ଟ୍ରାନ୍ସପୋର୍ଟରୁ ଏକ ଟ୍ରକ୍ ସ୍ଥାନୀୟ ଇମ୍ଫା କାରଖାନାରୁ କ୍ରୋମ୍ ଲୋଡ୍ କରି ଆନ୍ଧ୍ରପ୍ରଦେଶ ଯାଉଥିଲା। ହେଲେ ନିର୍ଦ୍ଧାରିତ ସମୟରେ ଟ୍ରକଟି ନ ପଡ୍ଚିବାରୁ ଚୌଦ୍ୱାର ଥାନାରେ ଏତଲା ଦିଆଯାଇଥିଲା। ପୋଲିସ୍ ଘଟଣାର ତଦନ୍ତ କରି ଏହି ଲୁଟେରା ଗ୍ୟାଙ୍ଗକୁ ଧରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଅଭିନବ ଠକେଇ: ସନ୍ତାନହୀନ ମହିଳାଙ୍କୁ ଗର୍ଭବତୀ କଲେ ୫ ଲକ୍ଷ ମିଳିବ କହି ଲୋକଙ୍କ କରୁଥିଲେ ଚଳୁ
ଦେଶର ଏକାଧିକ ରାଜ୍ୟରେ ଚାଲୁଥିଲା ଏହି ରାକେଟ୍। ଏମାନଙ୍କ ଜାଲରେ ଯିଏ ଫସିଲା, ତାକୁ ବିଭିନ୍ନ ପର୍ଯ୍ୟାୟରେ ରେଜିଷ୍ଟ୍ରେସନ ପାଇଁ ୫୦୦ରୁ ୨୦ହଜାର ଟଙ୍କା ଆଦାୟ କରାଯାଉଥିଲା।
Crime
ବାଇକ୍ରେ ଆସିଲେ, ସୁନା ଚେନ୍ ଝାମ୍ପି ନେଲେ
ବାଇକ୍ରେ ଆସିଲେ। ଆଖି ପିଛୁଳାକେ ସ୍ପଷ୍ଟ ଦିବାଲୋକରେ ଥାନା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ।
Crime
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା, ଛୁରୀ ଭୁଷିଦେଲା ବାପା
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା। ଯେଉଁ ପୁଅ ବାପାର ସାହାରା ପାଲଟିବା କଥା, ସେ ମୁଣ୍ଡ ବିନ୍ଧାର କାରଣ ପାଲଟିଲା। ମଦ ନିଶାରେ ଚୁର ପୁଅର ସବୁବେଳେ କଲବଲ କରିବାରୁ ତାକୁ ରାସ୍ତାରୁ ସଫା କରିଦେଲା ବାପା।
Crime
ସ୍ୱାମୀ ପାଲଟିଗଲା ସଇତାନ, ସ୍ତ୍ରୀର ବେକ କାଟିଦେଲା
ଘରୋଇ କଳହରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ। ସ୍ୱାମୀ ପାଲଟିଗଲା ସଇତାନ । ସାତ ଜନ୍ମ ପାଇଁ ଯାହା ହାତ ଧରିଥିଲା ତା’ ବେକ କାଟି ଦେଲା।
Crime
ନିର୍ମାଣାଧୀନ ଘରୁ ବୋମା ଭର୍ତ୍ତି ବ୍ୟାଗ୍ ଜବତ, ଅଭିଯୁକ୍ତ ଚମ୍ପଟ
ପୁଲିସ୍କୁ ଦେଖି କିଛି ଯୁବକ ବ୍ୟାଗ ଛାଡି ଦୌଡ଼ି ପଳାଇଥିବା ବେଳେ ପୁଲିସ୍ ସେମାନଙ୍କ ସନ୍ଧାନ ଆରମ୍ଭ କରିଛି।