ଭୁବନେଶ୍ୱର: ଭୁବନେଶ୍ୱର ରାଜମହଲ ୟୁକୋ ବ୍ୟାଙ୍କ ଡକାୟତି ଘଟଣାର ଗୁମର ଖୋଲିବ। ଏ ସମ୍ପର୍କରେ ଭୁବନେଶ୍ୱର କମିଶନରେଟ୍ ପୋଲିସ୍ କୌଣସି ସୂଚନା ଦେଇ ନ ଥିଲେ ମଧ୍ୟ ଡକାୟତି ଘଟଣାର ପର୍ଦ୍ଦାଫାସ କରାଯିବ ବୋଲି କହିଛି।
ୟୁକୋ ବ୍ୟାଙ୍କ ଡକାୟତି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ରାଜ୍ୟ ବାହାରୁ ଗିରଫ ହୋଇଛନ୍ତି। ସେମାନଙ୍କୁ କମିଶନରେଟ୍ ପୋଲିସ ଓଡ଼ିଶା ଆଣୁଛି। ସେମାନେ ପୂର୍ବ ଭାରତର ବିଭିନ୍ନ ରାଜ୍ୟରେ ମୋଷ୍ଟୱାଣ୍ଟେଡ ଥିଲେ। ୨୦ରୁ ଅଧିକ ଡକାୟତି ଘଟଣାରେ ସେମାନେ ସମ୍ପୃକ୍ତ ଅଛନ୍ତି।
ପଚରାଉଚରା ପରେ ୟୁକୋ ବ୍ୟାଙ୍କ ଡକାୟତି କିପରି ହେଲା ଓ ଏଥିପାଇଁ କେତେଦିନ ଆଗରୁ ଯୋଜନା ହୋଇଥିଲା ଜଣାପଡ଼ିବ ବୋଲି କମିଶନରେଟ୍ ପୋଲିସ୍ କହିଛି।
ଗତ ସେପ୍ଟେମ୍ୱର ୨୮ ତାରିଖରେ ୟୁକୋ ବ୍ୟାଙ୍କରେ ଡକାୟତି ହୋଇଥିଲା। ନଗଦ ୧୩ ଲକ୍ଷ ସହ ୭୨ ପ୍ୟାକେଟ୍ ସୁନାକୁ ମିଶାଇ ମୋଟ୍ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟ୍ ହୋଇଥିଲା। ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ଏହି ଡକାୟତି କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସ୍ୱାମୀ ପାଲଟିଗଲା ସଇତାନ, ସ୍ତ୍ରୀର ବେକ କାଟିଦେଲା
ଘରୋଇ କଳହରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ। ସ୍ୱାମୀ ପାଲଟିଗଲା ସଇତାନ । ସାତ ଜନ୍ମ ପାଇଁ ଯାହା ହାତ ଧରିଥିଲା ତା’ ବେକ କାଟି ଦେଲା।
Crime
ନିର୍ମାଣାଧୀନ ଘରୁ ବୋମା ଭର୍ତ୍ତି ବ୍ୟାଗ୍ ଜବତ, ଅଭିଯୁକ୍ତ ଚମ୍ପଟ
ପୁଲିସ୍କୁ ଦେଖି କିଛି ଯୁବକ ବ୍ୟାଗ ଛାଡି ଦୌଡ଼ି ପଳାଇଥିବା ବେଳେ ପୁଲିସ୍ ସେମାନଙ୍କ ସନ୍ଧାନ ଆରମ୍ଭ କରିଛି।
Crime
‘ଆଇନ ଛାତ୍ର ରାଗିଂ କରିବା ଅଶୋଭନୀୟ, ଅନାଥାଶ୍ରମରେ ସପ୍ତାହେ ପାଠ ପଢ଼ାଇବେ’
ଆବେଦନର ବିଚାର କରି ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲରେ ରୁଜୁ ହୋଇଥିବା ଫୌଜଦାରୀ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମାତ୍ର ଆଇନ ଛାତ୍ରଙ୍କ ଏପରି ଆଚରଣରେ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ।
Crime
ରାତି ଅଧରେ ଫୁଟିଲା ବୋମା, ଦୁର୍ବୃତ୍ତ ଫେରାର
ଗତ ରାତିରେ ଫୁଟିଛି ବୋମା । ଜଣେ ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ହୋଇଛି ବୋମା ମାଡ଼ ।
Crime
ହଂସିକା ଓ ଅନୀଲଙ୍କ ସମ୍ପତ୍ତି ଶହେ କୋଟି ପାର୍ କଲାଣି!
ପୂର୍ବରୁ ପୋର୍ସେ, ଜାଗୁଆର, BMW ଭଳି ୬ଟି ଦାମୀ କାର୍ ପରେ ଆଜି ୩କୋଟି ଟଙ୍କାର ଏକ ମର୍ସିଡିଜ କାର ଜବତ କରିଛି କମିସନ୍ରେଟ୍ ପୁଲିସ୍। ଏକ ପରିତ୍ୟକ୍ତ ସ୍ଥାନରେ କାରଟି ଲୁଚାଇ ରଖାଯାଇଥିଲା।