ବିଡିଏ ପ୍ଲାନିଂ ମେମ୍ବର ରାଜ କିଶୋର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଡେଭଲପମେଣ୍ଟ୍‌ ଅଥରଟିର ପ୍ଲାନିଂ ମେମ୍ବର ରାଜ କିଶୋର ସାହୁଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ରାଜ କିଶୋରଙ୍କ ଶ୍ୱଶୁର ଘର,ପୈତୃକ ଘର,ଅଫିସ ଓ ରାଉରକେଲାର ଥିବା ତାଙ୍କ ଚାଟାର୍ଡ ଆକାଉଣ୍ଟଙ୍କ ଘରେ ଏକାକାଳୀନ ଚଢ଼ାଉ କରାଯାଇଛି। ବ୍ରହ୍ମପୁର ଭିଜିଲାନ୍ସ ଏସପି  ଅମୂଲ୍ୟ ରଞ୍ଜନ ଦାସ  କହିଛନ୍ତି, “ଚଢ଼ାଉ ବେଳେ ଭୁବନେଶ୍ୱରରେ ରାଜ କିଶୋରଙ୍କର ଏକ  ଫ୍ଲାଟ୍‌ ଠାବ କରାଯାଇଛି। ତାଙ୍କର୧୪ ଲକ୍ଷ ଟଙ୍କା ପୋଷ୍ଟାଲ ଡିପୋଜିଟ୍  […]

vidilace

Rakesh Mallick
  • Published: Friday, 21 October 2016
  • , Updated: 21 October 2016, 02:01 PM IST

ବ୍ରହ୍ମପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଡେଭଲପମେଣ୍ଟ୍‌ ଅଥରଟିର ପ୍ଲାନିଂ ମେମ୍ବର ରାଜ କିଶୋର ସାହୁଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ରାଜ କିଶୋରଙ୍କ ଶ୍ୱଶୁର ଘର,ପୈତୃକ ଘର,ଅଫିସ ଓ ରାଉରକେଲାର ଥିବା ତାଙ୍କ ଚାଟାର୍ଡ ଆକାଉଣ୍ଟଙ୍କ ଘରେ ଏକାକାଳୀନ ଚଢ଼ାଉ କରାଯାଇଛି।

ବ୍ରହ୍ମପୁର ଭିଜିଲାନ୍ସ ଏସପି  ଅମୂଲ୍ୟ ରଞ୍ଜନ ଦାସ  କହିଛନ୍ତି, “ଚଢ଼ାଉ ବେଳେ ଭୁବନେଶ୍ୱରରେ ରାଜ କିଶୋରଙ୍କର ଏକ  ଫ୍ଲାଟ୍‌ ଠାବ କରାଯାଇଛି। ତାଙ୍କର୧୪ ଲକ୍ଷ ଟଙ୍କା ପୋଷ୍ଟାଲ ଡିପୋଜିଟ୍  ଓ ପ୍ରାୟ ୨୦ ଲକ୍ଷ ଟଙ୍କାର  ବ୍ୟାଙ୍କ ଡିପୋଜିଟ୍ ଅଛି।”

ସେ କହିଛନ୍ତି, “ବ୍ରହ୍ମପୁରରେ  ଏକ ଫ୍ଲାଟ କିଣିବା ପାଇଁ ରାଜ କିଶୋର ୧୩ ଲକ୍ଷ ଟଙ୍କା ଅଗ୍ରୀମ ଦେଇଛନ୍ତି। ”

Related story