ଲାଞ୍ଚ ନେଇ ୩ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ସହର ବଡ଼କୁଶ ରାଜସ୍ୱ ନରୀକ୍ଷକ(ଆରଆଇ) କୈଳାଶ ଚନ୍ଦ୍ର ବେହେରା ଓ ପିଅନ ଗୋବିନ୍ଦ ପଟ୍ଟନାୟକ ୨୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଅଧିକାରୀମାନେ ସେମାନଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରି କୋର୍ଟ ଚାଲାଣ କରିଛନ୍ତି। ସେହିପରି ଖଲିକୋଟ ବନାଞ୍ଚଳ ରେଞ୍ଜର ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଆରଆଇ କୈଳାଶ ଓ ପିଅନ ଗୋବିନ୍ଦ ଜମି ଚିହ୍ନଟ ଏବଂ ପଟ୍ଟା କରାଇ ଦେବା […]

vigilance

vigilance

Rakesh Mallick
  • Published: Friday, 06 January 2017
  • Updated: 06 January 2017, 08:08 PM IST

Sports

Latest News

ବ୍ରହ୍ମପୁର: ବ୍ରହ୍ମପୁର ସହର ବଡ଼କୁଶ ରାଜସ୍ୱ ନରୀକ୍ଷକ(ଆରଆଇ) କୈଳାଶ ଚନ୍ଦ୍ର ବେହେରା ଓ ପିଅନ ଗୋବିନ୍ଦ ପଟ୍ଟନାୟକ ୨୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଅଧିକାରୀମାନେ ସେମାନଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରି କୋର୍ଟ ଚାଲାଣ କରିଛନ୍ତି। ସେହିପରି ଖଲିକୋଟ ବନାଞ୍ଚଳ ରେଞ୍ଜର ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଆରଆଇ କୈଳାଶ ଓ ପିଅନ ଗୋବିନ୍ଦ ଜମି ଚିହ୍ନଟ ଏବଂ ପଟ୍ଟା କରାଇ ଦେବା ପାଇଁ ଭଗବାନ ପାତ୍ରଙ୍କୁ ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ସେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଭଗବାନ ଆଜି ୨୦୦୦ ଟଙ୍କା ଲାଞ୍ଚ ଦେଉଥିବା ବେଳେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ କର୍ମଚାରୀମାନେ ସେମାନଙ୍କୁ ଗିରଫ କରିଥିଲେ।

ସେହିପରି ଅନ୍ୟ ଏକ ଘଟଣା କ୍ରମେ ଖଲିକୋଟ ବନାଞ୍ଚଳ ରେଞ୍ଜର ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ପ୍ରଧାନ ୪୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos