ବେଇମାନ ସାଜିଲା ବିଦେଶୀ ବନ୍ଧୁ: ମିଠାକଥାରେ ଭାସିଗଲେ ମହିଳା

ବାରିପଦ: ହ୍ୱାଟ୍ସଆପ୍‌ରେ ଫ୍ରେଣ୍ଡସିପ୍‌ କରି ଅଭିନବ ଠକେଇ। ଜଣେ ବିଦେଶୀ ଯୁବକଙ୍କ ସହ ବନ୍ଧୁତା କରି ଠକାମୀର ଶିକାର ହୋଇଛନ୍ତି ଓଡିଆର ଜଣେ ମହିଳା। ଏ ନେଇ ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନାରେ ରୁଜୁ ହୋଇଛି ଏକ ମାମଲା। ଅଭିଯୋଗ ଅନୁସାରେ ଲଣ୍ଡନରେ ରହୁଥିବା ଜଣେ ବିଦେଶୀଙ୍କ ସହ ହ୍ୱାଟ୍ସଆପ୍‌ରେ ମୟୂରଭଞ୍ଜର ଜଣେ ମହିଳାଙ୍କର ବନ୍ଧୁତା ବଢିଲା। ଉଭୟ ମଧ୍ୟରେ ମେସେଜ୍‌ ଦିଆନିଆ ଚାଲିଲା। କିଛିଦିନ ପରେ ମହିଳାଙ୍କ ନାଁରେ ଏକ ଗିଫ୍ଟ ପ୍ୟାକେଟ୍‌ ପଠାଇଥିବା […]

baripada

Rakesh Mallick
  • Published: Wednesday, 15 March 2017
  • , Updated: 15 March 2017, 08:54 PM IST

ବାରିପଦ: ହ୍ୱାଟ୍ସଆପ୍‌ରେ ଫ୍ରେଣ୍ଡସିପ୍‌ କରି ଅଭିନବ ଠକେଇ। ଜଣେ ବିଦେଶୀ ଯୁବକଙ୍କ ସହ ବନ୍ଧୁତା କରି ଠକାମୀର ଶିକାର ହୋଇଛନ୍ତି ଓଡିଆର ଜଣେ ମହିଳା। ଏ ନେଇ ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନାରେ ରୁଜୁ ହୋଇଛି ଏକ ମାମଲା।

ଅଭିଯୋଗ ଅନୁସାରେ ଲଣ୍ଡନରେ ରହୁଥିବା ଜଣେ ବିଦେଶୀଙ୍କ ସହ ହ୍ୱାଟ୍ସଆପ୍‌ରେ ମୟୂରଭଞ୍ଜର ଜଣେ ମହିଳାଙ୍କର ବନ୍ଧୁତା ବଢିଲା। ଉଭୟ ମଧ୍ୟରେ ମେସେଜ୍‌ ଦିଆନିଆ ଚାଲିଲା। କିଛିଦିନ ପରେ ମହିଳାଙ୍କ ନାଁରେ ଏକ ଗିଫ୍ଟ ପ୍ୟାକେଟ୍‌ ପଠାଇଥିବା ସମ୍ପୃକ୍ତ ବିଦେଶୀ ଯୁବକ ମେସେଜ୍‌ କରିଥିଲେ। ଉପହାର ପ୍ୟାକେଟ୍‌ କ୍ଲିୟରାନ୍ସ କରିବା ପାଇଁ କଷ୍ଟମ ବିଭାଗ ନାଁରେ ମହିଳାଙ୍କ ନିକଟକୁ ମିଛ ଫୋନ କଲ୍‌ ଆସିଥିଲା। ଗିଫ୍ଟ ପ୍ୟାକେଟ୍‌ରେ ୩ ଲକ୍ଷ ଡଲାର ପାଉଣ୍ଡ ଥିବା କହି ମହିଳାଙ୍କୁ ୨୫,୦୦୦ ଟଙ୍କା ଏକ ଆକାଉଣ୍ଟରେ ଜମା କରିବାକୁ କୁହାଯାଇଥିଲା। ମହିଳା ଜଣଙ୍କ ଟଙ୍କା ଜମା କରିବା ପରେ ପୁଣି ଆରବିଆଇ କ୍ଲିୟରାନ୍ସ ପାଇଁ ୯୨,୦୦୦ ଟଙ୍କା ଦେବକୁ କୁହାଯାଇଥିଲା। ମହିଳା ଜଣକ ୭୨,୦୦୦ ଟଙ୍କା ଜମା କରିଥିଲେ ମଧ୍ୟ କୌଣସି ଗିଫ୍ଟ ଆସି ନ ଥିଲା । ଏନେଇ ମହିଳା ଜଣକ ବିଦେଶୀ ଯୁବକଙ୍କ ସହ ସମ୍ପର୍କ କରିବାକୁ ଚେଷ୍ଟା କରି ବିଫଲ ହେବା ପରେ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ପରେ ସେ ଏନେଇ ବାରିପଦା ପୋଲିସ ନିକଟରେ ଅଭିଯୋଗ କରିଥିଲେ।

Related story