ମହିଳାଙ୍କୁ ଗୁଳି କରି ହତ୍ୟା

ଝାରସୁଗୁଡ଼ା: ଝାରସୁଗୁଡ଼ା ସହର କାପୁମାଳରେ ଆଜି ଜଣେ ଦୁର୍ବୃତ୍ତ ଜଣେ ମହିଳାଙ୍କୁ ତାଙ୍କ ଘରେ ପଶି ଗୁଳି କରି ହତ୍ୟା କରିଛି। ମୃତ ମହିଳାଙ୍କ ନାମ ସାବିତ୍ରୀ ଓରାମ। ସାବିତ୍ରୀ ଆଜି ଘରେ ଏକୁଟିଆ ଥିବା ବେଳେ ଦୁର୍ବୃତ୍ତ ଜଣଙ୍କ ଘରେ ପଶି ତାଙ୍କ ମୁଣ୍ଡକୁ ଗୁଳି କରି ଫେରାର ହୋଇଯାଇଥିଲା। ପଡ଼ୋଶୀମାନେ ତାଙ୍କୁ ତୁରନ୍ତ ଝାରସୁଗୁଡ଼ା ହସ୍‌ପିଟାଲ୍‌ ନେଇ ଯାଇଥିଲେ। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। କେଉଁଥି ପାଇଁ ଏହି ଗୁଳିକାଣ୍ଡ ଘଟିଲା ତାହା […]

jharsuguda

Rakesh Mallick
  • Published: Sunday, 13 November 2016
  • , Updated: 13 November 2016, 10:29 PM IST

ଝାରସୁଗୁଡ଼ା: ଝାରସୁଗୁଡ଼ା ସହର କାପୁମାଳରେ ଆଜି ଜଣେ ଦୁର୍ବୃତ୍ତ ଜଣେ ମହିଳାଙ୍କୁ ତାଙ୍କ ଘରେ ପଶି ଗୁଳି କରି ହତ୍ୟା କରିଛି। ମୃତ ମହିଳାଙ୍କ ନାମ ସାବିତ୍ରୀ ଓରାମ।

ସାବିତ୍ରୀ ଆଜି ଘରେ ଏକୁଟିଆ ଥିବା ବେଳେ ଦୁର୍ବୃତ୍ତ ଜଣଙ୍କ ଘରେ ପଶି ତାଙ୍କ ମୁଣ୍ଡକୁ ଗୁଳି କରି ଫେରାର ହୋଇଯାଇଥିଲା। ପଡ଼ୋଶୀମାନେ ତାଙ୍କୁ ତୁରନ୍ତ ଝାରସୁଗୁଡ଼ା ହସ୍‌ପିଟାଲ୍‌ ନେଇ ଯାଇଥିଲେ। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

କେଉଁଥି ପାଇଁ ଏହି ଗୁଳିକାଣ୍ଡ ଘଟିଲା ତାହା ଜଣାପଡ଼ିନି। ପୋଲିସ୍ ଘଟଣାର ତଦନ୍ତ କରୁଛି।

Related story