୨ ମାସ ମଧ୍ୟରେ ନୟାଗଡ ଡାକ୍ତରଖାନାରେ ୭ ଶିଶୁ ମୃତ

ନୟାଗଡ: କଟକ ଶିଶୁ ଭବନରେ ଶିଶୁ ମୃତ୍ୟୁ ନେଇ ଏବେ ସାରା ରାଜ୍ୟରେ ହଇଚଇ। ଅନ୍ୟପକ୍ଷରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ୨ ମାସ ମଧ୍ୟରେ ୭ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଡାକ୍ତରମାନେ ଠିକ୍ ଭାବେ ଚିକିତ୍ସା କରୁନଥିବା ଯୋଗୁଁ ଏହି ଶିଶୁମାନଙ୍କର ମୃତ୍ୟୁ ଘଟିଛି ବୋଲି ଅଭିଯୋଗ ହୋଇଛି।  ରୋଗୀଙ୍କ ସଂପର୍କୀୟମାନେ ଅଭିଯୋଗ କରିଛନ୍ତି। ତେବେ ଏହି ଅଭିଯୋଗକୁ ଡାକ୍ତରଖାନା କର୍ତ୍ତୃପକ୍ଷ ଅସ୍ୱୀକାର କରିଛନ୍ତି ।  ହସ୍ପିଟାଲରେ ମୋଟ ୪୪ ଟି ବେଡ଼ […]

nayagada

Rakesh Mallick
  • Published: Tuesday, 25 August 2015
  • , Updated: 25 August 2015, 12:17 PM IST

ନୟାଗଡ: କଟକ ଶିଶୁ ଭବନରେ ଶିଶୁ ମୃତ୍ୟୁ ନେଇ ଏବେ ସାରା ରାଜ୍ୟରେ ହଇଚଇ। ଅନ୍ୟପକ୍ଷରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ୨ ମାସ ମଧ୍ୟରେ ୭ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଡାକ୍ତରମାନେ ଠିକ୍ ଭାବେ ଚିକିତ୍ସା କରୁନଥିବା ଯୋଗୁଁ ଏହି ଶିଶୁମାନଙ୍କର ମୃତ୍ୟୁ ଘଟିଛି ବୋଲି ଅଭିଯୋଗ ହୋଇଛି।  ରୋଗୀଙ୍କ ସଂପର୍କୀୟମାନେ ଅଭିଯୋଗ କରିଛନ୍ତି। ତେବେ ଏହି ଅଭିଯୋଗକୁ ଡାକ୍ତରଖାନା କର୍ତ୍ତୃପକ୍ଷ ଅସ୍ୱୀକାର କରିଛନ୍ତି ।  ହସ୍ପିଟାଲରେ ମୋଟ ୪୪ ଟି ବେଡ଼ ଥିବା ବେଳେ ଏଠାକୁ ଦିନକୁ ଶହ ଶହ ଶିଶୁ ରୋଗୀ ଆସିଥାନ୍ତି। ଗୁରୁତର ଅବସ୍ଥାରେ ଶିଶୁ ମାନଙ୍କୁ ଅଣାଯାଉଥିବା ଡାକ୍ତରଖାନାପକ୍ଷରୁ କୁହାଯାଇଛି।

Related story