୨୧ରେ କଳାହାଣ୍ଡି ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା, ପଶୁବଳି ରୋକିବାକୁ ସଚେତନତା ଶୋଭାଯାତ୍ରା

କଳାହାଣ୍ଡି: ଆସନ୍ତା ୨୧ ତାରିଖରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଆୟୋଜିତ ହେବ । ଯାତ୍ରାରେ ଯେପରି ପଶୁବଳୀ ନ ପଡେ ସେଥିପାଇଁ ଭବାନୀପାଟଣା ସହରରେ ଆରମ୍ଭ ହୋଇଛି ସଚେତନତା ଅଭିଯାନ। ଜିଲ୍ଲା ପ୍ରଶାସନ, ସ୍କୁଲ ଛାତ୍ରଛାତ୍ରୀ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ସହରରେ ସଚେତନତା ଶୋଭାଯାତ୍ରା କରାଯାଇଛି । ଏହାସହ ପ୍ରତିବର୍ଷ ଭଳି ଏଥର ବି ଡାକବାଜି ଯନ୍ତ୍ର ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ସାଧାରଣଙ୍କୁ ସଚେତନତା କରିବା ପାଇଁ ଉଦ୍ୟମ […]

kalahandi1

Rakesh Mallick
  • Published: Sunday, 18 October 2015
  • , Updated: 18 October 2015, 07:27 AM IST

କଳାହାଣ୍ଡି: ଆସନ୍ତା ୨୧ ତାରିଖରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଆୟୋଜିତ ହେବ । ଯାତ୍ରାରେ ଯେପରି ପଶୁବଳୀ ନ ପଡେ ସେଥିପାଇଁ ଭବାନୀପାଟଣା ସହରରେ ଆରମ୍ଭ ହୋଇଛି ସଚେତନତା ଅଭିଯାନ। ଜିଲ୍ଲା ପ୍ରଶାସନ, ସ୍କୁଲ ଛାତ୍ରଛାତ୍ରୀ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ସହରରେ ସଚେତନତା ଶୋଭାଯାତ୍ରା କରାଯାଇଛି । ଏହାସହ ପ୍ରତିବର୍ଷ ଭଳି ଏଥର ବି ଡାକବାଜି ଯନ୍ତ୍ର ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ସାଧାରଣଙ୍କୁ ସଚେତନତା କରିବା ପାଇଁ ଉଦ୍ୟମ କରାଯାଉଛି। ଶୋଭାଯାତ୍ରାକୁ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

Related story