କଟକ: ଆସନ୍ତା ୨୩ରେ ‘ଏୟାର ଶୋ’

କଟକ: ଆସନ୍ତା ୨୩ ତାରିଖରେ କଟକର କାଠଯୋଡି ପଠାରେ ହେବ ଦୁଃସାହସିକ ‘ଏୟାର ଶୋ’। ବିଜୁ ଜନ୍ମ ଶତବାର୍ଷିକ ପାଳନ ଅବସରରେ ଖାନନଗର ବୁରୁଜ ନିକଟରେ ଏହି ଏୟାର ଶୋ’ କରାଯିବ। କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଦ୍ୱାରା ଆୟୋଜନ ଏହି ଏୟାର ଶୋ’ରେ ଭାରତୀୟ ବାୟୁସେନାର ୩ ହେଲିକପ୍ଟର ଓ ୩ଟି ଜେଟ୍‌ ଅଂଶଗ୍ରହଣ କରିବେ। ଏ ନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଭାରତୀୟ ବାୟୁସେନା ପକ୍ଷରୁ ଅଧଘଣ୍ଟା ଧରି ଏହି […]

airshaow

Rakesh Mallick
  • Published: Friday, 16 December 2016
  • , Updated: 16 December 2016, 05:31 PM IST

କଟକ: ଆସନ୍ତା ୨୩ ତାରିଖରେ କଟକର କାଠଯୋଡି ପଠାରେ ହେବ ଦୁଃସାହସିକ ‘ଏୟାର ଶୋ’। ବିଜୁ ଜନ୍ମ ଶତବାର୍ଷିକ ପାଳନ ଅବସରରେ ଖାନନଗର ବୁରୁଜ ନିକଟରେ ଏହି ଏୟାର ଶୋ’ କରାଯିବ। କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଦ୍ୱାରା ଆୟୋଜନ ଏହି ଏୟାର ଶୋ’ରେ ଭାରତୀୟ ବାୟୁସେନାର ୩ ହେଲିକପ୍ଟର ଓ ୩ଟି ଜେଟ୍‌ ଅଂଶଗ୍ରହଣ କରିବେ। ଏ ନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ଭାରତୀୟ ବାୟୁସେନା ପକ୍ଷରୁ ଅଧଘଣ୍ଟା ଧରି ଏହି ଏୟାର ଶୋ’ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଏୟାର ଶୋ’ ଦେଖିବା ପାଇଁ ଦର୍ଶକଙ୍କ ପ୍ରବଳ ଗହଳି ହେବା ଆଶା କରାଯାଉଛି। ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବ ବୋଲି କଟକ ଡିସିପି ସଞ୍ଜୀବ ଆରୋରା କହିଛନ୍ତି। ପ୍ରେସ୍‌ଛକ ଠାରୁ ଜୁଡିସିଆଲ ଏକାଡେମୀ ପର୍ଯ୍ୟନ୍ତ ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ସହ ସ୍ୱତନ୍ତ୍ର ପାର୍କିଂ ସ୍ଥାନ ଚିହ୍ନଟ କରାଯିବ। ଏହାସହ ମୁଖ୍ୟମନ୍ତ୍ରୀ ଓ ଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

Related story