ପାରାଦୀପ: କାରକୁ ପଛପଟୁ ପିଟିଲା ତେଲ ଟ୍ୟାଙ୍କର, ୩ ମୃତ ୩ ଗୁରୁତର

ପାରାଦୀପ: ପାରାଦୀପ କୁଜଙ୍ଗ ନିକଟରେ ଏକ ସଡକ ଦୁର୍ଘଟଣାରେ ସୋମବାର ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ପାରାଦୀପରୁ କଟକକୁ ଯାଉଥିବା ଏକ କାରକୁ ଏକ ତେଲ ଟ୍ୟାଙ୍କର ପଛପଟୁ ଧକ୍କା ଦେଇଥିଲା। ଫଳରେ କାରରେ ଥିବା ଜଣେ ମହିଳା, ଜଣେ ପୁରଷ ଓ ଜଣେ ଝିଅର ଘଟଣାସ୍ଥଳରେ ମୃତ୍ୟୁ ଘଟିଛଥିଲା। ଏଥିରେ ଥିବା ବାକି ତିନି ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମ ସ୍ଥାନୀୟ ଡାକ୍ତରଖାନାରେ […]

3-dead-at-pradeep

Rakesh Mallick
  • Published: Monday, 09 May 2016
  • , Updated: 09 May 2016, 05:18 PM IST

ପାରାଦୀପ: ପାରାଦୀପ କୁଜଙ୍ଗ ନିକଟରେ ଏକ ସଡକ ଦୁର୍ଘଟଣାରେ ସୋମବାର ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ପାରାଦୀପରୁ କଟକକୁ ଯାଉଥିବା ଏକ କାରକୁ ଏକ ତେଲ ଟ୍ୟାଙ୍କର ପଛପଟୁ ଧକ୍କା ଦେଇଥିଲା। ଫଳରେ କାରରେ ଥିବା ଜଣେ ମହିଳା, ଜଣେ ପୁରଷ ଓ ଜଣେ ଝିଅର ଘଟଣାସ୍ଥଳରେ ମୃତ୍ୟୁ ଘଟିଛଥିଲା। ଏଥିରେ ଥିବା ବାକି ତିନି ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଟ୍ୟାଙ୍କରକୁ ଜବତ କରିଛି।

Related story