୯୯ ଡଟ୍ସ ସେବା ଉଦ୍‌ଘାଟିତ

ଭୁବନେଶ୍ୱର: ଏଚ୍‌ଆଇଭି ସହ ସଂକ୍ରମିତ ଯକ୍ଷ୍ମା ରୋଗୀଙ୍କୁ ଏଣିକି ଦୈନିକ ଚିକିତ୍ସା ମିଳିବ। ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଜରିଆରେ ଦୈନିକ ଏହି ଚିକିତ୍ସା ଯୋଗାଇ ଦିଆଯିବ। କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଦୀପ ଅମାତ ଆଜି ଏହି ଚିକିତ୍ସା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ନୂତନ ବ୍ୟବସ୍ଥାକୁ ୯୯ ଡଟ୍ସ କୁହାଯାଉଛି। ଏଥିରେ ଚିକିତ୍ସାଧୀନ ରୋଗୀ ଉପରେ ନିୟମିତ ନଜର ରଖାଯାଇପାରିବ। ରାଜ୍ୟରେ ପ୍ରତିବର୍ଷ ପ୍ରାୟ ୪୮,୦୦୦ରୁ ଅଧିକ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଛନ୍ତି। ୨୦୨୫ ସୁଦ୍ଧା ରାଜ୍ୟକୁ […]

pradeep amata

Rakesh Mallick
  • Published: Wednesday, 01 March 2017
  • , Updated: 01 March 2017, 08:31 PM IST

ଭୁବନେଶ୍ୱର: ଏଚ୍‌ଆଇଭି ସହ ସଂକ୍ରମିତ ଯକ୍ଷ୍ମା ରୋଗୀଙ୍କୁ ଏଣିକି ଦୈନିକ ଚିକିତ୍ସା ମିଳିବ। ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଜରିଆରେ ଦୈନିକ ଏହି ଚିକିତ୍ସା ଯୋଗାଇ ଦିଆଯିବ। କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଦୀପ ଅମାତ ଆଜି ଏହି ଚିକିତ୍ସା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ନୂତନ ବ୍ୟବସ୍ଥାକୁ ୯୯ ଡଟ୍ସ କୁହାଯାଉଛି। ଏଥିରେ ଚିକିତ୍ସାଧୀନ ରୋଗୀ ଉପରେ ନିୟମିତ ନଜର ରଖାଯାଇପାରିବ।

ରାଜ୍ୟରେ ପ୍ରତିବର୍ଷ ପ୍ରାୟ ୪୮,୦୦୦ରୁ ଅଧିକ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଛନ୍ତି। ୨୦୨୫ ସୁଦ୍ଧା ରାଜ୍ୟକୁ ଯକ୍ଷ୍ମା ମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

Related story