କାଳବୈଶାଖୀ ନେଲା ଜୀବନ: କାନ୍ଥ ପଡ଼ି ବାଳକ ମୃତ

ଅନୁଗୋଳ: ଢେଙ୍କାନାଳ ଜିଲ୍ଲା ତୁମୁସିଂହା ଥାନା ମହୁଲଗଡ଼ ଗାଁରେ ଘର କାନ୍ଥପଡ଼ି ଜଣେ ୧୦ ବର୍ଷ ବାଳକର ମୃତ୍ୟୁ ଘଟିଛି। ମୃତ ବାଳକ ଜଣଙ୍କ ହେଲେ ଆକାଶ ବାନ୍ଦ୍ରା। ଗତକାଲି ରାତିରେ ଆକାଶ ପରିବାର ସହ ଶୋଇଥିବା ବେଳେ ଝଡ଼ତୋଫାନ ସହ ବର୍ଷା ହେବାରୁ ଘରର କାନ୍ଥ ଭୁଶୁଡି ପଡିଥିଲା। ସେ ସମୟରେ ପରିବାର ଲୋକେ ନିଘୋଡ ନିଦ୍ରାରେ ଶୋଇଥିଲେ। କାନ୍ଥ ଆକାଶଙ୍କ ଉପରେ ପଡିଯିବାରୁ ସେ ଗୁରୁତ ଆହତ ହୋଇଥିଲେ। ତାଙ୍କୁ ଅଁଳାବେରେଣୀ ଡାକ୍ତରଖାନାରେ ଭର୍ତ୍ତି […]

baby-dies

Rakesh Mallick
  • Published: Monday, 17 April 2017
  • , Updated: 17 April 2017, 05:10 PM IST

ଅନୁଗୋଳ: ଢେଙ୍କାନାଳ ଜିଲ୍ଲା ତୁମୁସିଂହା ଥାନା ମହୁଲଗଡ଼ ଗାଁରେ ଘର କାନ୍ଥପଡ଼ି ଜଣେ ୧୦ ବର୍ଷ ବାଳକର ମୃତ୍ୟୁ ଘଟିଛି। ମୃତ ବାଳକ ଜଣଙ୍କ ହେଲେ ଆକାଶ ବାନ୍ଦ୍ରା।

ଗତକାଲି ରାତିରେ ଆକାଶ ପରିବାର ସହ ଶୋଇଥିବା ବେଳେ ଝଡ଼ତୋଫାନ ସହ ବର୍ଷା ହେବାରୁ ଘରର କାନ୍ଥ ଭୁଶୁଡି ପଡିଥିଲା। ସେ ସମୟରେ ପରିବାର ଲୋକେ ନିଘୋଡ ନିଦ୍ରାରେ ଶୋଇଥିଲେ। କାନ୍ଥ ଆକାଶଙ୍କ ଉପରେ ପଡିଯିବାରୁ ସେ ଗୁରୁତ ଆହତ ହୋଇଥିଲେ। ତାଙ୍କୁ ଅଁଳାବେରେଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ଝଡ଼ତୋଫାନରେ ଗାଁରେ ପ୍ରବଳ କ୍ଷତି ହୋଇଛି। ସ୍ଥାନୀୟ ସରପଞ୍ଚ ମୀନକେତନ ନାୟକ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି। ତହସିଲ ପକ୍ଷରୁ ମୃତ ଆକାଶଙ୍କ ଘରେ ଓ ଗାଁରେ ତଦନ୍ତ କରାଯାଇଛି। ସରକାରୀ ନୀୟମ ଅନୁସାରେ ସହାୟତା ଯୋଗାଇ ଦିଆଯିବ ବୋଲି ତହସିଲଦାର ସରୋଜ ସ୍ୱାଇଁ କହିଛନ୍ତି।

Related story