ଆଜି ବିଶ୍ୱପର୍ଯ୍ୟଟନ ଦିବସ:ପୁରୀ ବେଳାଭୂମିରେ ବିଶ୍ୱ ଐତିହ୍ୟର ବାଲୁକା କଳାକୃତି ପ୍ରଦର୍ଶିତ

ପୁରୀ: ଆଜି ବିଶ୍ୱପର୍ଯ୍ୟଟନ ଦିବସ। ଏହି ପର୍ଯ୍ୟଟନ ଦିବସରେ ସ୍ଲୋଗାନ ରହିଛି ‘ୱାନ୍ ବିଲିୟନ୍ ଟୁରିଷ୍ଟ-ୱାନ୍ ବିଲିୟନ୍ ଅପଚ୍ୟୁନିଟିଜ୍’। ଏହି ଅବସରରେ ବାଲିରେ ଏକ ଭିନ୍ନ କଳାକୃତି ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ। ପୁରୀ ଲାଇଟ ହାଉସ୍ ବେଳାଭୂମିରେ ବିଶ୍ୱର ଐତିହ୍ୟ କୀର୍ତ୍ତିରାଜିର ସମାହାରକୁ ନେଇ ୨୦ଫୁଟ ଲମ୍ୱର ଏକ ବାଲୁକା କଳାକୃତି ପ୍ରଦର୍ଶନ କରିଛନ୍ତି ମାନସ। ମିଶରର ପିରାମିଡ, ପ୍ୟାରିଶର ଇଫେଲ ଟାୱାର, ଯୀଶୁଙ୍କ ପ୍ରତିମୂର୍ତ୍ତି ଏବଂ ସିଙ୍ଗାପୁର ଫାଉଣ୍ଟେନ ଆଦିକୁ ଅତି […]

puri

Rakesh Mallick
  • Published: Sunday, 27 September 2015
  • , Updated: 27 September 2015, 07:04 AM IST

ପୁରୀ: ଆଜି ବିଶ୍ୱପର୍ଯ୍ୟଟନ ଦିବସ। ଏହି ପର୍ଯ୍ୟଟନ ଦିବସରେ ସ୍ଲୋଗାନ ରହିଛି 'ୱାନ୍ ବିଲିୟନ୍ ଟୁରିଷ୍ଟ-ୱାନ୍ ବିଲିୟନ୍ ଅପଚ୍ୟୁନିଟିଜ୍'। ଏହି ଅବସରରେ ବାଲିରେ ଏକ ଭିନ୍ନ କଳାକୃତି ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ। ପୁରୀ ଲାଇଟ ହାଉସ୍ ବେଳାଭୂମିରେ ବିଶ୍ୱର ଐତିହ୍ୟ କୀର୍ତ୍ତିରାଜିର ସମାହାରକୁ ନେଇ ୨୦ଫୁଟ ଲମ୍ୱର ଏକ ବାଲୁକା କଳାକୃତି ପ୍ରଦର୍ଶନ କରିଛନ୍ତି ମାନସ। ମିଶରର ପିରାମିଡ, ପ୍ୟାରିଶର ଇଫେଲ ଟାୱାର, ଯୀଶୁଙ୍କ ପ୍ରତିମୂର୍ତ୍ତି ଏବଂ ସିଙ୍ଗାପୁର ଫାଉଣ୍ଟେନ ଆଦିକୁ ଅତି ନିଖୁଣ ଭାବେ ନିର୍ମାଣ କରିଛନ୍ତି ମାନସ।

Related story